ଚଣ୍ଡିଖୋଲ : ଚୋରା ଦେଶୀ ମଦର ଆଡ୍ଡା ପାଲଟିଛି ଛତିଆ ଅଞ୍ଚଳ । ଦିନକୁ ଦିନ ବଢ଼ିଚାଲିଛି ଚୋରା ଦେଶୀ ମଦ କାରବାର। ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଛତିଆ ଅଞ୍ଚଳର ଇଚ୍ଛାନଗର ପାଟଣାର ଆକୁଳୀ ବେହେରାଙ୍କ ଘରେ ଅଚାନକ ଚଢ଼ାଉ କରି ୨୫୦ ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।
ଖବର ଅନୁଯାୟୀ, ଛତିଆ ଅଞ୍ଚଳରେ ମଦ କାରବାର ନେଇ ଅକବାରୀ ବିଭାଗକୁ ସୂଚନା ମିଳିଥିଲା । ସୂଚନା ମିଳିବା ମାତ୍ରେ ଚଢାଉ କରି ୨୫୦ଲିଟରରୁ ଅଧିକ ଲିଟରର ଦେଶୀ ମଦ ଜବତ କରିଛି । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ମଦ ଜବତ ହୋଇଥିବା ସ୍ଥାନରୁ ନିକଟସ୍ଥ ଫାଣ୍ଡି ମାତ୍ର ୨ଶହ ମିଟର ଦୂରରରେ ରହିଛି । ପାଖରେ ଫାଣ୍ଡି ଥାଇ କିପରି ମଦ କାରବାର ଚାଲିଥିଲା , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେପଟ ସ୍ଥାନୀୟଲୋକଙ୍କ ଅନୁଯାୟୀ, ଅଞ୍ଚଳରେ ଚୋରା ମଦ କାରାବାର ବିପୁଳ ପରିମାଣରେ ଚାଲଛି । ଯାହାଫଳରେ କି ଲୋକ ମାନେ ମଦ ଦୁର୍ଘଟଣାର ଶିକାର ହେଉଛନ୍ତି । ଏପରି କିଛି ଅଧିକାରୀଙ୍କ ସହ ମଦ ବେପାରୀଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ମଧ୍ୟ ଆସିଛି ।
Comments are closed, but trackbacks and pingbacks are open.