ଭୁବନେଶ୍ବର : ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଗ୍ରାଉଣ୍ଡରେ ତିନି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ବହୁ ବରିଷ୍ଠ ନେତା, ରାଜନେତା, ଅଭିନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ତେବେ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ରାଲି ମାଧ୍ୟମରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
ନିକଟରେ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନବୀନ ଅକ୍ଟୋବର ୨୮ ତାରିଖରେ ତିର୍ତ୍ତୋଲ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବାର କାର୍ୟ୍ୟକ୍ରମ ରହିଥି । ସେପଟେ ବାଲେଶ୍ବର ସଦର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସ୍ବରୂପ ଦାସଙ୍କ ପାଇଁ ନବୀନ ଡିଜିଟାଲ ପ୍ରଚାର କରିବେ ବୋଲି ଜଣାପଡିଛି ।
ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ତିନି ଦଳର ମହାଲଢ଼େଇ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କ ସମର୍ଥନ ପାଇବାକୁ ପୂରା ଦମ୍ ଲଗାଇଛନ୍ତି ଦଳର ତୁଙ୍ଗ ନେତା । ନୂଆ ନୂଆ ରଣନୀତି ପ୍ରସ୍ତତ୍ କରି ବିରୋଧୀଙ୍କୁ ମାତ୍ ଦେବାକୁ ଚାଲିଛି ଯୋଜନା ।
Comments are closed, but trackbacks and pingbacks are open.