ଚରିତ୍ର ସଂହାର କରି ବିଧବା ମହିଳାଙ୍କୁ ଗାଁରୁ ତଡିବାକୁ ଉଦ୍ୟମ

Get real time updates directly on you device, subscribe now.

କଳାହାଣ୍ଡି: କଳାହାଣ୍ଡିରେ ପୁଣି କଙ୍ଗାରୁ କୋର୍ଟ । ବିଧବା ମହିଳା ସହ ପ୍ରେମିକ ଗାଁକୁ ଭେଟି କରିବାକୁ ଆସିଥିବା ଅଭିଯୋଗରେ ଗାଁ ସ୍କୁଲରେ ବସିଛି କଙ୍ଗାରୁ କୋର୍ଟ । କୋର୍ଟରେ ମହିଳାଙ୍କୁ ଚରିତ୍ରହୀନ ଦର୍ଶାଇ ଗାଁ ଛାଡିବାକୁ ବାଧ୍ୟ କରାଯାଇଛି ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳର ଏକ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଘଟଣା । ବିଦ୍ୟାଳୟ ପରିସରରେ ବସିଛି କଙ୍କାରୁ କୋର୍ଟ । ଗାଁର ଜଣେ ବିଧବା ମହିଳାଙ୍କୁ ସଭା ମଧ୍ୟରେ ପ୍ରେମିକ ସହ ଭେଟ କରୁଥିବା ଅଭିଯୋଗରେ ବସିଛି କଙ୍ଗାରୁ କୋର୍ଟ । ମୋବାଇଲ ଫୋନରେ ବୟାନ କଏଦ ଓ ରେକଡିଂ କରାଯାଉଛି । ଗାଁରେ ଗତ ୧୫ ଘଣ୍ଟା ଧରି ଅଟକ ରଖାଯାଇଥିବା ତଥାକଥିତ ପ୍ରେମିକ ହେଉଛନ୍ତି ପଡୋଶୀ କପୁରମାଲ ଗାଁର ନିଧନ ନାଗ ।
ନିଧନଙ୍କ ବୟାନ ଅନୁଯାୟୀ ଅନ୍ୟ ଜଣେ ସାଙ୍ଗ ସହ ଗାଁକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ନିକଟସ୍ଥ କେନାଲକୁ ନିଜ ସାଙ୍ଗଙ୍କ ସହ ଶୌଚ ହେବା ପାଇଁ ଯାଇଥିଲେ । ଠିକ୍‌ ଏହି ସମୟରେ କେନାଲ ହୁଡାରୁ ଗାଁର କିଛି ଲୋକ ତାଙ୍କୁ ଜୋର ଜବରଦସ୍ତ କାବୁ କରି ନିସ୍ତୁକ ମାଡ ମାରିବା ସହ ଗାଁ କ୍ଲବରେ ରାତି ସାରା ବନ୍ଦକ ରଖିଥିଲେ ।
ବିଧବା ମହିଳାଙ୍କୁ କ୍ଲବ ଘରେ ଆଣି ଗାଁ ଲୋକଙ୍କ ସାମ୍ନାରେ ପ୍ରେମିକ ଓ ପ୍ରେମିକା ଅଭିଯୋଗ କରିଥିଲେ । ବନ୍ଧକ ନିଧନକୁ ପରିବାର ସଦସ୍ୟ ଛଡାଇବାକୁ ଆସିଥିବା ବଳେ ଗ୍ରାମବାସୀ ବସାଇଥିଲେ କଙ୍ଗାରୁ କୋର୍ଟ । କଙ୍କାରୁ କୋର୍ଟରେ ଯୁବକ ବିଧବା ମହିଳାକୁ ଭେଟ ପାଇଁ ଆସିଥିବା ଅଭିଯୋଗ ଆଣି ମହିଳାଙ୍କୁ ଗାଁରୁ ବାସନ୍ଦ ପାଇଁ ରାୟ ଶୁଣାଯାଇଛି । ଯେତେ ବେଳେ କି ଯୁବକ ଓ ବିଧବା ମହିଳା ଉଭୟ ଉଭୟଙ୍କୁ କବେ ଚିହ୍ନି ନ ଥିବା କହୁଛନ୍ତି । ସେମାନଙ୍କୁ କଥା ନଶୁଣି କଙ୍ଗାରୁ କୋର୍ଟ ନିଜର ମନମାନି କରିଛନ୍ତି ।
ସେପଟେ ବିଧବା ମହିଳା ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି । ସଂପର୍କୀୟ ସମ୍ପତ୍ତି ହଡପ ପାଇଁ ଯୋଜନା ପ୍ରସ୍ତୁତ କରି ତାଙ୍କୁ ଚରିତ୍ରହୀନର ହୀନ ଷଡଯନ୍ତ୍ରର ଶୀକାର କରୁଛନ୍ତି । ଗାଁରେ କଙ୍ଗାରୁ କୋର୍ଟ ବସାଇ ସେମାନେ ଆଇନକୁ ହାତକୁ ନେଇ ଗାଁ ଛାଡିବାକୁ ବାଧ୍ୟ କରିଛନ୍ତି । ତେବେ ଦେଖିବାକୁ ରହିଲା ଜଟପାଟଣା ପୋଲିସ ଘଟଣାରେ କଣ କାର୍ୟ୍ୟାନୁଷ୍ଠାନ ନେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons