ଭୁବନେଶ୍ବର : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖି ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ନବୀନ ।
ନବୀନ ଲେଖିଛନ୍ତି ଯେ, ଓଡିଶାକୁ ବହୁ ସଂଖ୍ୟାରେ ବିଦେଶୀ ପର୍ୟ୍ୟଟକ ଆସୁଛନ୍ତି । ଏହାସହ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ନିବେଶକମାନେ ଆଗ୍ରହୀ ମଧ୍ୟ ଅଛନ୍ତି। ଏଥିପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା ଭୁବନେଶ୍ବରରୁ ଦୁବାଇକୁ ଅନ୍ତର୍ଜାତିକ ବିମାନ ଉଡାଣ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଲ୍ୟାଣ୍ଡିଂ ଅଧିକାର ଉପରେ କଟକଣା ଯୋଗୁଁ ଏହା ସମ୍ଭବ ହେଉନାହିଁ । ଦୁବାଇ ଏବଂ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଭଳି ବିଭିନ୍ନ ଅନ୍ତର୍ଜାତୀୟ ସ୍ଥାନକୁ ସିଧାସଳଖ ବିମାନ ଚଳାଚଳର ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁବାଇ ଓ ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ହେଲେ ଯାତ୍ରୀ ସୁବିଧାମାନ ପାଇପାରିବେ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।


Comments are closed, but trackbacks and pingbacks are open.