ମାଓମୁକ୍ତ ହେବ ସ୍ୱାଭିମାନ ଅଞ୍ଚଳ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍) ମାଲକାନଗିରି ଜିଲ୍ଲାର ମାଓଗଡ଼ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଗୋରାସେତୁ ଗ୍ରାମରେ ନୂତନ ଭାବେ ପ୍ରତିÂା ହୋଇଛି ବିଏସଏଫ କ୍ୟାମ୍ପ । ଏହି କ୍ୟାମ୍ପ ଶୁକ୍ରବାର ପରିଦର୍ଶନ କରି ନୂତନ ଡିଆଇଜି ସଫିନ ଅହମଦ କେ. । ସେ ମାଓ ସମସ୍ୟା ସଂପର୍କରେ ସମୀକ୍ଷା କରିଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ନିକଟରେ ଥିବା ଏହି ବିଏସ୍ଏଫ କ୍ୟମ୍ପ ଡିଆଇଜି ପରିଦର୍ଶନ କରି ସେଠାରେ ମୂତନ ବିଏସଏଫ ଯବାନମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ବିଏସଏଫ କ୍ୟାମ୍ପ ପରିଦର୍ଶନ ପରେ ସ୍ୱାଭିମାନ ଅଞ୍ଚଳର କିଛି ଗ୍ରାମକୁ ଡିଆଇଜି ଗସ୍ତ କରି ଗ୍ରାମବାସୀଙ୍କ ସହିତ ବିଭିନ୍ନି ଉନ୍ନୟନମୁଳକ କାର୍ଯ୍ୟ କେମିତି ଚାଲିଛି ଓ ସେମାନେ ତାର ସୁଫଳ ପାଇପାରୁଛନ୍ତି କି ନାହିଁ ପଚାରି ବୁଝିଥିଲେ । ସ୍ୱାଭିମାନ ଅଞ୍ଚଳ କିପରି ମାଓ ମୁକ୍ତ ହେବ, ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିବ ସେଥିପ୍ରତି ଡିଆଇଜି ଗୁରୁତ୍ୱ ଦେଇଥିଲେ । ଗତ ୧ତାରିଖ ଦିନ ମାଓଗଡ଼ ଗୋରାସେତୁ ଗ୍ରାମ ନିକଟରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିÂୀ କରାଯାଇ ତ୍ରିରଙ୍ଗା ପତକା ଏସପି ରିଶିକେଶ ଡି ଖିଲାରୀ ଉଡ଼ାଇଥିଲେ । ଦୀର୍ଘ ୬ଦଶନ୍ଧି ହେବ ଏହି ଅଞ୍ଚଳରେ ମାଓବାଦୀଙ୍କ ଶାସନ ଚାଲିଥିଲା । ଏଠାରେ ଜାତୀୟ ପତାକା ବଦଳରେ ମାଓବାଦୀଙ୍କ ଲାଲଝଣ୍ଡା ଓ କଳାପତକା ଉଡୁଥିଲା । ଏବେ ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡ଼ାଇ ମାଓବାଦୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ପୁଲିସ ଓ ବିଏସଏଫ ଯବାନ । ବିଚ୍ଛିନ୍ନାଞ୍ଚଳବାସୀଙ୍କ ଲାଇଫ ଲାଇନ ଗୁରୁପ୍ରିୟା ସେତୁ ନିର୍ମାଣ ହେବାପରେ ତାହା ସ୍ୱାଭିମାନ ଅଞ୍ଚଳ ବାବେ ଘୋଷିତ ହୋଇ ଅଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏହି ସମୟରେ ମାଲକାନଗିରି ଏସପି ରିସିକେଶ ଡି ଖିଲାରୀ ଓ ବିଏସଏଫ ଅଧିକାରୀଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons