କଟକ,(ବି.ବି.ନୁ୍ୟଜ): ଏସସିବି ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗ ଅଧୀନରେ ଥିବା ଭୁତାଣୁ ନିଦାନ ଗବେଷଣା ପରୀକ୍ଷାଗାର (ଭିଆର୍ଡିଏଲ୍) ପରିସରରେ ଆଜି ତାଲିମ ଓ ସୂଚନା କେନ୍ଦ୍ର ଉଦଘାଟିତ ହୋଇଯାଇଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି କେନ୍ଦ୍ରକୁ ଉଦଘାଟନ କରି କହିଥିଲେ ଯେ, କଲିକତା ଓ ପୁନେ ଭଳି ସହରରେ ଆଇସିଏମ୍ଆର ଅଧୀନରେ ଏଭଳି ପରୀକ୍ଷାଗାର କାମ କରୁଛି । ଏସସିବିରେ ଏହି ପରୀକ୍ଷାଗାର ପ୍ରତିÂା ଦ୍ୱାରା କରୋନା ମୁକାବିଲା ଓ ନିଦାନ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ସହାୟତା ପାଣ୍ଠି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସାଂସଦଙ୍କ ପାଣ୍ଠିକୁ ମିଶାଇ ମୋଟ ୧ କୋଟି ଟଙ୍କାରେ ଏହି ପରୀକ୍ଷାଗାର ନିର୍ମାଣ କରାଯାଇଛି । ପ୍ରଥମେ ସାଂସଦଙ୍କ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ମଞ୍ଜୁର ହେବାରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ପୂର୍ବରୁ ଏଠାରେ କେବଳ ଭିଆର୍ଡିଏଲ୍ ପରୀକ୍ଷାଗାର କାମ କରୁଥିଲା । ମାତ୍ର ଏବେ ଭୁତାଣୁ ପରୀକ୍ଷା ସହିତ ଏ ସଂପର୍କରେ ଗବେଷଣା ଓ ନିଦାନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଇଛି । ଆର୍ଡିସି, ଜିଲ୍ଲାପାଳ ଓ ସିଏମସି କମିସନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଥାଶୀଘ୍ର ଶେଷ ହୋଇଥିବାରୁ ସାଂସଦ ଶ୍ରୀ ମହତାବ ଆନନ୍ଦ ପ୍ରକାଶ କରିଥିଲେ । କରୋନା ମୁକାବିଲାରେ ଲ୍ୟାବ୍ର ଭୂମିକା ସଂପର୍କରେ ସୂଚନା ଦେଇ ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିରୁପମା ଚୟନୀ କହନ୍ତି, ମାର୍ଚ୍ଚ ଶେଷ ସପ୍ତାହରେ ଏସ୍ସିବିରେ କରୋନା ସ୍ୱାବ ପରୀକ୍ଷା ଆରମ୍ଭ କରାଯାଇଥିଲା । ଆରମ୍ଭରୁ ମାତ୍ର ଗୋଟିଏ ଲ୍ୟାବ୍ରେ ଏହି ପରୀକ୍ଷା କରାଯାଉଥିଲା । ଏବେ ତାହା ବୃଦ୍ଧି ପାଇ ୩ଟି ଲ୍ୟାବ୍ରେ କରାଯାଉଛି । ସୂଚନା ଥାଉ କି, ୩ ମହଲା ବିଶିଷ୍ଟ ଏହି କୋଠାର ଉପର ମହଲାରେ ଲ୍ୟାବ ପୂର୍ବଭଳି କାମ କରିବ । ଦ୍ୱିତୀୟ ମହଲାରେ ହଷ୍ଟେଲ ରହିଥିବା ବେଳେ ପ୍ରଥମ ମହଲାରେ ସୂଚନା ଓ ତାଲିମ କେନ୍ଦ୍ର କାର୍ଯ୍ୟ କରିବ । ପୂର୍ବରୁ ଏହି କୋଠାର ଦୁଇଟି ମହଲାକୁ ଏଚ୍ଏଲ୍ଏଲ୍ ପକ୍ଷରୁ ଅବରୋଧ କରି ରଖାଯାଇଥିଲା । ମାତ୍ର ସିଏମ୍ସି ପକ୍ଷରୁ କୋଠା ପରିସରରୁ ଜବରଦଖଲ ଉଚ୍ଛେଦ କରାଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ, କେନ୍ଦ୍ରାଞ୍ଚଳ ଆର୍ଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତରାୟ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଏସ୍ସିବି ମେଡିକାଲ୍ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ହସ୍ପିଟାଲ ମ୍ୟାନେଜର୍ ସୋ÷ମ୍ୟା ମହାନ୍ତିଙ୍କ ସହିତ ଏସ୍ସିବିର ବିଭିନ୍ନ ବିଭାଗର ବରିÂ ପ୍ରଫେସରମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.