ସରକାରୀ ଜମିରେ ଘରକୁ ନେଇ ବିବାଦ

Get real time updates directly on you device, subscribe now.

ମାଲକାନଗିରି, (ବି.ବି.ନୁ୍ୟଜ): ସରକାରୀ ଜମିରେ ଘର କରିବାକୁ ନେଇ ପ୍ରଥମେ ବିବାଦ । ପରେ ଦୁଇଗୋÂୀ ମୁହାଁମୁହିଁ । ମାଲକାନଗିରି-ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଆଜି ଏଭଳି ଦେଖିବାକୁ ମିଳିଥିଲା କାଲିମେଳା ବ୍ଲକ ଏମଭି-୭୨ ଗାଁ ନିକଟରେ ।
ମିଳିଥିବା ସୂଚନା ଅନୁଯାୟୀ, ଏକ ସରାକାରୀ ଜମିରେ କେତେକ ଲୋକ ରାତାରାତି ଘର କରିବାକୁ ନେଇ ନାଲାଗୁଣ୍ଠି, ରେଜେଗୁଡା, ଶିଶୁଗୁଡା, ଜାକଲକୁଣ୍ଡି,ଏଡିକାକୁଣ୍ଡି ଏବଂ ଲୁଆଗୁଡା ଗ୍ରାମବାସୀ ଏବଂ ଏମଭି-୧୨୬ ଗ୍ରାମବାସୀଙ୍କ ମଧ୍ୟରେ କିଛିଦିନ ହେଲା ବିବାଦ ଲାଗି ରହିଥିଲା । ସେହି ବିବାଦ ଆଜି ଉଗ୍ରରୂପ ନେଇଥିଲା । ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏହାର ସମାଧନ ଲାଗି ଗ୍ରାମର କିଛି ଲୋକ ଏମ୍ଭି-୧୨୬ ଗ୍ରାମ ଛକ ନିକଟରେ ଜାତୀୟ ରାଜପଥରେ ପଥର ଏବଂ ତାଟି ବାଡ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ ୨ ଘଣ୍ଟା ଧରି ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ପରେ ଘଟଣାସ୍ଥଳରେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ଏମଭି ୭୯ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ଏକ ସରକାରୀ ଜମି ହୋଇଥିବାରୁ କେହି ସେଠାରେ ଘର କରିପାରିବେ ନାହିଁ ବୋଲି ତହସଲିଲଦାର ସ୍ପଷ୍ଟ କରିଥିଲେ । ପରେ ଲୋକେ ରାସ୍ତାରୋକରୁ ହଟିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons