କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ-କିରଣ୍ଡୋଲ ରେଳପଥର ମାନବାର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ସୋମବାର ବିଳମ୍ବିତ ରାତିରେ ଲାଇନ୍ଚୁ୍ୟତ ହୋଇଥିଲା । ୧୩ଟି ବଗି ଲାଇନଚୁ୍ୟତ ହେବା ଫଳରେ ୧୭ ଘଣ୍ଟା ଧରି ଏହି ରେଳପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଆଜି ସକାଳେ କୋରାପୁଟ ଏବଂ ଛତିଶଗଡ଼ର କିରଣ୍ଡୋଲରୁ ସ୍ୱତନ୍ତ୍ର ରିଲିଫ ଟ୍ରେନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲା । ବିଶାଖାପାଟଣାର ବରିÂ ରେଳ ଅଧିକାରୀ ପି. ସାହୁ, ମାନବେଶ ମିଶ୍ର, କୋରାପୁଟର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଜିଲ୍ଲାର ଶତାଧିକ ଶ୍ରମିକଙ୍କୁ ଏହି କାମରେ ନିୟୋଜିତ କରାଯାଇଥିଲା । ଏହାପରେ ସ୍ୱତନ୍ତ୍ର ଇଞ୍ଜିନିୟରମାନଙ୍କ ଦ୍ୱାରା ରେଳ ଟ୍ରାକ ମରାମତି କାର୍ଯ୍ୟ ଅପରାହ୍ନ ପ୍ରାୟ ୫ଟା ବେଳେ ଶେଷ ହୋଇଥିଲା । ତା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା ବୋଲି କୋରାପୁଟ ଷ୍ଟେସନ ମ୍ୟାନେଜର ଏନ. କେ ଭିତିରିଆ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ କିରଣ୍ଡୋଲରୁ ୫୨ଟି ବଗିରେ ବrାଇଟ୍ ଧରି ମାଲବାହୀ ଟ୍ରେନଟି ବିଶାଖାପାଟଣା ଯାଉଥିଲା । ରାତି ପ୍ରାୟ ୧୨ଟା ବେଳେ ମାନବାର ଷ୍ଟେସନଠାରୁ ୫ କିମି ଦୂର ଜର୍ଟି ଷ୍ଟେସନ ମଧ୍ୟରେ ୧୩ଟି ବଗି ଲାଇନଚୁ୍ୟତ ହୋଇଥିଲା । ଏହି ରେଳପଥରେ କରୋନା ପାଇଁ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀ ସେବା ଉପରେ କୌଣସି ପ୍ରଭାବ ପଡ଼ିନି । କିନ୍ତୁ ମାଲବାହୀ ଟ୍ରେନ ଲାଇନଚୁ୍ୟତ ହେବା ଏବଂ ଅନ୍ୟ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା କାରଣରୁ ରେଳ ବିଭାଗକୁ ବିପୁଳ ରାଜସ୍ୱ କ୍ଷତି ସହିବାକୁ ପଡିଛି । ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇନଥିବା ଜଣେ ବରିÂ ରେଳ ଅଧିକାରୀ କହିଛନ୍ତି ।
Comments are closed, but trackbacks and pingbacks are open.