ମାଲକାନଗିରି,(ବି.ବି.ନୁ୍ୟଜ): ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଏଠାରେ ଜଣେ ଯୁବକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ମାଲକାନଗିରି ଏଡିଜେ ଏହି ରାୟ ଶୁଣାଇଛନ୍ତି । ଯୁବକ ହେଲେ ମାଲକାନଗିରି ଥାନା ଏମଭି-୬ ଗ୍ରାମର ଅଜୟ ସିକଦାର । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨୭ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି ।
ସୂଚନା ଅନୁସାରେ, ୨୦୧୬ ରେ ବାଲିମେଳାରେ ଏହି ଘଟଣା ଘଟିଥିଲା । ଉକ୍ତ ନାବାଳିକାକୁ ଅଜୟ ଅପହରଣ କରି ଦୁଷ୍କର୍ମ କରିଥିଲା । କିଛି ମାସ ପରେ ନାବାଳିକା ଗର୍ଭବତୀ ଥିବା ଜଣାପଡିଥିଲା । ଏହାକୁ ନେଇ ନାବାଳିକାର ପିତା ଓରକେଲ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଏକ ମାମଲା ୨୦/୨୦୨୬ ରୁଜୁ ହୋଇଥିଲା । ତତ୍କାଳୀନ ମହିଳା ସବ୍ଇନ୍ସପେକ୍ଟରସନ୍ତୋଷୀ ବାରିକ ଏହାର ତଦନ୍ତ କରିଥିଲେ । ଅଜୟକୁ ଦଫା ୩୬୩, ୩୬୬(ଏ), ୩୭୬(୨ଏନ), ୩୨୩, ୫୦୦ ଓ ପୋକ୍ସ
ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର ବିଚାର ମାଲକାନଗିରି ଏଡିଜେ କୋର୍ଟରେ ଚାଲିଥିଲା । ମଙ୍ଗଳବାର ଏହାର ଶେଷ ଶୁଣାଣି ଥିଲା । ମାମଲାକୁ ସରକାରୀ ଓକିଲ ଲମ୍ବୋଦର ତୁରୁକ ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.