ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ଦେଲେ ପଞ୍ଚାୟତ ପ୍ରତିନିଧି

Get real time updates directly on you device, subscribe now.

ସାନଖେମୁଣ୍ଡି: ମଙ୍ଗଳବାର ଅପରାହ୍ନ ସମୟରେ ସାନଖେମୁଣ୍ଡି ବ୍ଲକ କଙ୍କରଡା ଗ୍ରାମ ପଞ୍ଚାୟତର ୧୦ ଜଣ ୱାର୍ଡ ସଭ୍ୟ ସମେତ ସମିତି ସଭ୍ୟ ପ୍ରତାପ ପ୍ରଧାନ ପଞ୍ଚାୟତର ବିଭିନ୍ନ ସମସ୍ୟ ନେଇ ସାନଖେମୁଣ୍ଡି ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯେଉଁ ପତ୍ରରେ ରହିଛି ଯେ, ମୁଖ୍ୟ ସମସ୍ୟା ପିଇବା ପାଣି ଯୋଗାଣ, ପଞ୍ଚାୟତ ସାରା ଅଲୋକୀକରଣ, ଗାଁ ଅଳିଆ ଆବର୍ଜନା ହଟାଇବା ସହ ପରିମଳ ବ୍ୟବସ୍ଥାରେ ସ୍ୱଚ୍ଛତା, ପଞ୍ଚାୟତରେ ଗ୍ରାମସଭା ପଲ୍ଲୀସଭା କରି ଲୋକଙ୍କ ମତା ମତ ନେଇ ଯେ କୌଣସି ଉନ୍ନୟନ ମୂଳକ କାର୍ୟ୍ୟ କରିବା ପାଇଁ ଦାବି କରାଯାଇଛି।
ଆଜକୁ ପ୍ରାୟ ଦଶରୁ ଅଧିକ ଦିନ ହେବ କଙ୍କରଡା ଗ୍ରାମରେ ପିଇବା ପାଣି ଯୋଗାଣ ହୋଇ ପାରୁନାହିଁ। ଯାହାର କାରଣ ଜାଣିବା ପାଇଁ ଗ୍ରାମବାସୀ ଜାଣିବା ପାଇଁ ଚାହିଁଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ପାରୁ ନାହାଁନ୍ତି କି କୌଣସି ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ। ଯାହାକୁ ନେଇ ଆଜି ୱାର୍ଡ ସଭ୍ୟମାନେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।। ୨୦୧୧ ମସିହାରୁ ବେସରକାରୀ ସଂସ୍ଥା ପକ୍ଷରୁ ପାଣି ଯୋଗାଣ ହେଉଥିବା ବେଳେ ୨୦୧୭ ରେ ସରକାରୀ ସ୍ତରରେ ଜଳ ଯୋଗାଣ କରାଯାଉଥିଲା।
ପୂର୍ବରୁ ୨୦ ଲକ୍ଷ ଟଙ୍କା ପାଣି ପଞ୍ଚାୟତରୁ ଖର୍ଚ୍ଚ କରାଯାଇଛି। କିନ୍ତୁ ଗତ ଦଶ ଦିନରୁ ଦୀର୍ଘ ସମୟ ଅଚଳ ହୋଇ ପଡିଛି।ଯାହା ଫଳରେ ପିଇବା ପାଣି ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି। ଦୂଷିତ ପାଣି ପିଇ ରୋଗରେ ପଡିବାର ସମ୍ବାବନା ରହିଛି। ଏଣୁ ତୁରନ୍ତ ସମସ୍ୟା ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି।। ଏନେଇ କଙ୍କରଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଙ୍କର ମହାନ୍ତିଙ୍କୁ ପଚାରିବାରୁ ଖୁବ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ କହିଛନ୍ତି ଯେ ପିଇବା ପାଣି ଯୋଗାଣରେ ସମସ୍ୟା ନାହିଁ ମୋଟର ପୋଡି ଯାଇଛି। ନୂଆରେ ମଟର ଆଣି ଆସନ୍ତା କାଲି ମରାମତି କରିବା ସହ ଜଳ ଯୋଗାଣ କରାଯିବ ବୋଲି କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons