ସାନଖେମୁଣ୍ଡି : ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । କିନ୍ତୁ କଟକଣା ସତ୍ତ୍ୱେ ବି ଚୋରାରେ ବାଣ କାରବାର ଜାରି ରହିଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ଏହି ଚଢାଉରେ ପ୍ରାୟ ୧୦ଲକ୍ଷ ଟଙ୍କାର ବାଣ ଜବତ ହୋଇଛି ।
ସାରା ରାଜ୍ୟରେ କୋରୋନା କଟକଣା ହେତୁ ଦୀପାବଳିରେ ବାଣ ବାଣ ଫୁଟା କୁ ପୁରା ବାରଣ କରିଛନ୍ତି ରାଜ୍ୟ ସରକାର । ତଥାପି ଗଂଜାମ ଜିଲ୍ଲାର ସମସ୍ତ ଥାନା ଅଂଚଳରେ ବେଅ।ଇନ ବାଣ ବ୍ୟବସାୟ ଚାଲିଥିଲା । ଆଜି ହିଂଜିଳି ପୋଲିସ ପକ୍ଷରୁ ବିଭିନ୍ନ ଗାଁରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ପ୍ରାୟ ଦଶ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଥିବା ବେଳେ ଚାରିଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।
Comments are closed, but trackbacks and pingbacks are open.