ପୋଲିସ ଚଢ଼ାଉ ରେ ଲକ୍ଷ ଟଙ୍କାର ବାଣ ଜବତ

Get real time updates directly on you device, subscribe now.

ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ବାଣ ଜବତ । ନବରଙ୍ଗପୁର ଜିଲ୍ଲା ଉମରକୋଟର ଏକ ବଜାରରୁ ବିପୁଳ ପରିମାଣର ବାଣ ଜବତ ହୋଇଛି । ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଚଢାଉ କରି ବାଣ ଜବତ କରିଛି ।
ଖବର ଅନୁଯାୟୀ, ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବାଣ କାରବାର ଓ ବାଣ ଫୁଟା ଉପରେ କଟକଣା ଲଗାଇଛନ୍ତି ସରକାର । ଏହା ସତ୍ତ୍ୱେ ବି କେତେକ ଲୋକେ ଚୋରାରେ ବାଣ ରଖି ବିକ୍ରି କରୁଥିଲେ । ଯାହାର ଖବର ପୋଲିସ ମିଳିଥିଲା । ପୋଲିସ ଖବର ମିଳିବା ମାତ୍ର ତୁରନ୍ତ ଆକ୍ସନମୋଡରେ ଆସିଥିଲା । ବାଣ ଗଚ୍ଛିତ ହୋଇ ରହିଥିବା ବଜାରରେ ଚଢାଉ କରିଥିଲା ।
ପୋଲିସକୁ ଏହି ଚଢାଉରେ ବିପୁଳ ପରିମାଣର ବାଣ ଜବତ କରିଛି । ତେବେ ଜବତ ହୋଇଥିବା ବାଣର ମୁଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ସମସ୍ତ ବାଣକୁ ଜବତ କରିଛି । କିଏ କିଏ ଏହି ଘଟଣାରେ ସାମିଲ ଅଛନ୍ତି । ସେମାନଙ୍କୁ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବାର ସୂଚନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons