କଟକ,(ବି.ବି.ନୁ୍ୟଜ): କଟକ ସହରରେ ଧରାପଡ଼ିଥିବା ନକଲି ସୁକ୍ରାଲ୍ ସିରପ୍ ଏବେ ବି ବଜାରରେ ମିଳୁଛି । ନମୁନା ପରୀକ୍ଷା କରାଯାଇ ଏହା ନକଲି ବୋଲି ଜଣାପଡ଼ିଥିଲେ ମଧ୍ୟ ଔଷଧ ଷ୍ଟକ୍ ଜବତ କରିନି ଡ୍ରାଗ୍ସ କଣ୍ଟେ୍ରାଲ୍ ବିଭାଗ । ଫଳରେ ୫ଟି ବ୍ୟାଚ୍ରେ ପ୍ରସ୍ତୁତ ଏହି ଔଷଧକୁ କେତେ ଲୋକ ବ୍ୟବହାର କରିସାରିଲେଣି ଓ କେତେ ମାତ୍ରାରେ ବଜାରରେ ଗଚ୍ଛିତ ଅଛି ତା’ର କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ନମୁନା ପରୀକ୍ଷାରୁ ସିରପ୍ ନକଲି ବୋଲି ଜଣାପଡିବା ପରେ ଏନେଇ କେବଳ ମାମଲା ରୁଜୁ ହୋଇଛି । ହେଲେ ଷ୍ଟକ୍ ଜବତ ପାଇଁ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଇନାହିଁ । ଯାହାକି ବିବାଦୀୟ ସ୍ଥିତି ସୃଷ୍ଟି କରିଛି ।
ଗତ ଅକ୍ଟୋବରରେ ନମୁନା ପରୀକ୍ଷାରୁ ସିରପ ନକଲି ବୋଲି ଜଣାପଡିଥିଲା । ତଦନ୍ତରୁ ଏବେ ଜଣାପଡ଼ିଛି ଯେ, ୫ଟି ବ୍ୟାଚ୍ ନମ୍ବରରେ ଏହି ସିରପ ବଜାରକୁ ଛଡାଯାଇଛି । ବ୍ୟାଚ୍ ନମ୍ବର ଏସ୍ଓ ୩୩୦୩୧୯, ବ୍ୟାଚ୍ ନମ୍ବର ଏସ୍ଓ ୮୦୦୯୧୭, ବ୍ୟାଚ୍ ନମ୍ବର ଏସଏସସି ୩୮୦୬୧୮, ବ୍ୟାଚ୍ ନମ୍ବର୍ ଏସ୍ଓ ୭୪୦୭୧୮ ଓ ବ୍ୟାଚ୍ ନମ୍ବର୍ ଏସ୍ଓ ୬୪୦୬୧୮ରେ ଏହି ନକଲି ସିରପ୍ ବଜାରକୁ ଛଡାଯାଇଥିଲା । ଯେହେତୁ ଷ୍ଟକ୍ ଜବତ କରାଯାଇନାହିଁ ତେଣୁ କେତେ ପରିମାଣରେ ନକଲି ଓା÷ଷଧ ବଜାରକୁ ଯାଇଛି ଓ କେତେ ଲୋକ ଏହି ଔଷଧକୁ ଖାଇଛନ୍ତି ତାହା କଳନା କରିବା ମୁସ୍କିଲ୍ ହୋଇପଡିଛି । ମୁଖ୍ୟ କଥା ହେଉଛି, ନକଲି ସିରପ ପ୍ରସ୍ତୁତ କରୁଥିବା ବ୍ୟକ୍ତିଜଣକ ମାମଲା ପରଠାରୁ ଫେରାର ଅଛନ୍ତି । କେବଳ ସେତିକି ନୁହେଁ ଯେଉଁ କମ୍ପାନି ନାଁରେ ଏହି ଔଷଧ ବିକି୍ର କରାଯାଇଥିଲା ସଂପୃକ୍ତ କମ୍ପାନି ମଧ୍ୟ ଏଭଳି ଔଷଧ ପ୍ରସ୍ତୁତିକୁ ଅସ୍ୱୀକାର କରିବା ସହ ବ୍ରାଣ୍ଡ ନେମ୍କୁ ନକଲି କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁÂାନ ଦାବି କରିଛି । କିନ୍ତୁ ଏଭଳି ଏକ ସଙ୍ଗୀନ ଘଟଣାରେ ଔଷଧ ନିରୀକ୍ଷକ କାହିଁକି ଷ୍ଟକ୍ ଜବତ କଲେନି ତାହା ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ନକଲି ଔଷଧ ବ୍ୟବହାର ଦ୍ୱାରା ରୋଗୀମାନେ କ୍ଷତିଗ୍ରସ୍ତ ହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠୁଛି । ଔଷଧ ନିରୀକ୍ଷକ ଧର୍ମଦେବ ପୁହାଣ କହନ୍ତି, ନମୁନା ପରୀକ୍ଷାର ନକଲି ବାହାରିବା ପରେ ଷ୍ଟକ୍ ଜବତ କରିବା କଥା । କିନ୍ତୁ ସେ ସମୟରେ ସେ ଦାୟିତ୍ୱରେ ନଥିବାରୁ କାହିଁକି ଜବତ କରାଯାଇନଥିଲା ତାହା ସେ କହିପାରିବେ ନାହିଁ ବୋଲି କହିଥିଲେ । ଏବେ କେବଳ କାଗଜପତ୍ରକୁ ଆଧାର କରି ତଦନ୍ତ ଚାଲିଥିବା ଶ୍ରୀ ପୁହାଣ ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ନକଲି ସୁକ୍ରାଲ୍ ସିରପ୍ କାରବାର କରୁଥିବା ଅଭିଯୋଗରେ ମଙ୍ଗଳାବାଗ ଥାନା ଅଧୀନରେ ଥିବା ୨ଜଣ ମେଡିସିନ୍ ହୋଲସେଲର ଓ ୨ଜଣ ରିଟେଲରଙ୍କ ବିରୋଧରେ ୪ଟି ମାମଲା ରୁଜୁ କରାଯାଇଛି । ଏହି ନକଲି ସିରପ୍ ଖାଇବା ପରେ ରୋଗୀମାନଙ୍କ ଶରୀରରେ ପ୍ରତିକ୍ରିୟା ଦେଖାଦେଇଥିଲା । ଏହାପରେ ଉକ୍ତ ସିରପର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ପରୀକ୍ଷା ପରେ ଓା÷ଷଧଟି ନିମ୍ନମାନର ଓ ଅପମିଶ୍ରିତ ବୋଲି ଜଣାପଡିଥିଲା । ଏହାପରେ ଔଷଧ ବୋତଲ ଉପରେ ଲେଖାଯାଇଥିବା କମ୍ପାନୀକୁ ଏ ସମ୍ପର୍କରେ ଓା÷ଷଧ ନିୟନ୍ତ୍ରକଙ୍କ ପକ୍ଷରୁ ଚିଠି ଲେଖାଯାଇଥିଲା । ହେଲେ ଏଭଳି ସଂପୃକ୍ତ ଔଷଧ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇନଥିବା କୁହାଯାଇଥିଲା । ଫଳରେ ଏହାକୁ ନେଇ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ ଅଧିକ ତଦନ୍ତ କରାଯାଇଥିଲା । ତଦନ୍ତରୁ ଏଭଳି ନକଲି ଔଷଧ କେନ୍ଦ୍ରାପଡାରେ ପ୍ରସ୍ତୁତ କରାଯାଉଥିବା ଜଣାପଡିଥିଲା । କେନ୍ଦ୍ରାପଡାରେ ପ୍ରସ୍ତୁତ କରାଯାଇ କଟକ ସହରର ଦୁଇଜଣ ହୋଲସେଲର୍ଙ୍କ ଜରିଆରେ ଏହାକୁ ବିକ୍ରି କରାଯାଉଥିଲା । ହୋଲସେଲ୍ର ଦ୍ୱୟ ଦୁଇଜଣ ରିଟେଲର୍ଙ୍କ ଜରିଆରେ ଏହାକୁ ବିକ୍ରି କରୁଥିବା ତଦନ୍ତରୁ ଜଣାପଡିଥିଲା । ତେବେ ଏହି ନକଲି ସିରପ୍ ପାଇଁ ଅସଲି ସୁକ୍ରାଲ ସିରପ୍ ବିକ୍ରି ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । କଲିକତାର ଷ୍ଟ୍ରାସେନବର୍ଗ କମ୍ପାନୀ ପକ୍ଷରୁ ସୁକ୍ରାଲ ସିରପ ପ୍ରସ୍ତୁତ କରାଯାଇ ଖୋଲା ବଜାରରେ ବିକ୍ରି ହୋଇଥାଏ । ହେଲେ ଏହି ନକଲି ସୁକ୍ରାଲ୍ ସିରପ୍ ୧୦୦ ବିକ୍ରି କଲେ ୧୦୦ ପିସ୍ ମାଗଣାରେ ମିଳିବ ବୋଲି ନକଲି କମ୍ପାନୀ ପକ୍ଷରୁ ଅଫର ରଖାଯାଇଥିଲା । ଯଦ୍ୱାରା ଅସଲି ସୁକ୍ରାଲ ସିରପର ବିକ୍ରି ୫୦ ପ୍ରତିଶତ କମିଯାଇଥିଲା । ଏତେସବୁ ଘଟଣା ଘଟିବା ପରେ ବି ଷ୍ଟକ୍ ଜବତ ନହେବା ଓ ଏହା ବଜାରରେ ଉପଲବ୍ଧ ହେବା ବିସ୍ମୟ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.