ବାଲେଶ୍ୱର,(ବି.ବି.ନୁୁ୍ୟଜ): ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ମଙ୍ଗଳବାର ସ୍ୱଳ୍ପ ଦୂରଗାମୀ କୁଇକ୍ ରିଆକ୍ସନ୍ ସରପେସ୍ ଟୁ ଏୟାର(କୁ୍ୟଆର୍-ସାମ୍) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଆଇଟିଆର ତିନି ନମ୍ବର ଲଞ୍ଚ ପ୍ୟାଡ୍ରୁ ଅପରାହ୍ଣ ୩ଟା ୩୮ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଥିଲା ।
ଏହି କ୍ଷେପଣାସ୍ତ୍ରକୁ ମୋବାଇଲ ଲଞ୍ଚରରୁ ଉତ୍କ୍ଷେପଣ କରାଯାଇଥିଲା । ଜରୁରିକାଳୀନ ସମୟରେ ଶତ୍ରୁପକ୍ଷର ଏୟାରକ୍ରାପ୍ଟକୁ ଧ୍ୱଂସ କରିବାର କ୍ଷମତା ରହିଛି । ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷା ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା । ସେବେଠାରୁ ଏହାର ୮ମ ସଂସ୍କରଣ ପରୀକ୍ଷଣ କରାଯାଇଛି । ଗତ ଶୁକ୍ରବାର ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷ କରାଯାଇଥିଲା ।
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା ୩୦ କିମି ରହିଛି । ଏହି ଦୂରତା ମଧ୍ୟରୁ କ୍ଷେପଣାସ୍ତ୍ରଟି ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ୍ କରିପାରିବ । ଏହାର ବେଗ ଶବ୍ଦର ବେଗଠାରୁ ୪.୭ ଗୁଣ ଅଧିକ । ପରୀକ୍ଷଣ ବେଳେ ଡିଆରଡିଓର ସମସ୍ତ କର୍ମକର୍ତ୍ତା, ବୈଜ୍ଞାନିକ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.