ଆଉ ୩ଟି ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ

Get real time updates directly on you device, subscribe now.

ଭୁବନେଶ୍ୱର: ତାଳଚେର, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ୩ଟି ମେଡିକାଲ କଲେଜର ନିର୍ମାଣ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ମେଡିକାଲ କଲେଜରେ ରହିବ ୧୦୦ଟି ଲେଖାଏଁ ସିଟ୍‌ ।
ତାଳଚେରରେ ଏମସିଏଲ ସହଯୋଗରେ ମେଡିକାଲ କଲେଜ ନିର୍ମାଣ ହେବ। ଟ୍ରଷ୍ଟ ଦ୍ବାରା ତାଳଚେର ମେଡିକାଲ କଲେଜ ପରିଚାଳିତ ହେବ। ଡିସେମ୍ବର ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀରେ ୨୦୨୧-୨୨ ଶିକ୍ଷା ବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଅନ୍ୟପଟେ ସୁନ୍ଦରଗଡ଼ରେ ଏନଟିପିସି ସହାୟତାରେ ମେଡିକାଲ କଲେଜ ହେବ । ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ ଏମସିଆଇର ଅନୁମତି ଲୋଡ଼ିବେ ସରକାର।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons