ମୁନିଗୁଡ଼ା,(ବି.ବି.ନୁ୍ୟଜ୍): ମୁନିଗୁଡ଼ା ହନୁମାନ ବଜାର ମୁଖ୍ୟରାସ୍ତା ନିକଟ ଏକ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ଘଟଣାରେ ପୁଲିସ ୬ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ସ୍ଥାନୀୟ ବ୍ୟବସାୟୀ ମହଲରେ ପୁଲିସର କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଇଛି । ଅଭିଯୁକ୍ତମାନେ ହେଲେ ପିଙ୍କୁ ପଣ୍ଡା, ସରୋଜ ପଟେଲ, ପୀତବାସ ରଣା ଓ ଜଗନ୍ନାଥ ସାହୁ । ଅନ୍ୟ ୨ଜଣ ଅଭିଯୁକ୍ତ ନାବାଳକ ଅଟନ୍ତି । ଏମାନଙ୍କ ପାଖରୁ ଦୋକାନରୁ ଚୋରି ହୋଇଥିବା ୨୫ଟି ମୋବାଇଲ ସହ ଅନ୍ୟ ୨ଜଣଙ୍କ ଘରୁ ଚୋରି ହୋଇଥିବା ଦୁଇଟି ଲାପଟପ୍ ଓ ଏକ ବାଇକ୍କୁ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବିଷମକଟକ ଏସଡିପିଓ ଆକାଶଚନ୍ଦ୍ର ସାହୁ କହିଛନ୍ତି । ଆଇଆଇସି ସୁଜ୍ଞାନୀ ସାହୁ, ସେକେଣ୍ଡ ଅଫିସର ଅଶୋକ ବିଷୋୟୀ, ଚନ୍ଦ୍ରମା ଶବର, ନିରଞ୍ଜନ ଦାସଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଏହା ଚଢଉ କରିଥିଲେ ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି । ସୂଚନାଯୋଗ୍ୟ, ଗତ ଗୁରୁବାର ରାତିରେ ଏକ ଦୋକାନର ଉପରଟିଣ ଖୋଲି ଅଭିଯୁକ୍ତମାନେ ୨୫ଟି ମୋବାଇଲ ଚୋରି କରିନେଇଥିଲେ । ଏହାର ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଥିବାରୁ ପୁଲିସର କାର୍ଯ୍ୟ ଶୈଳୀକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି ।
Comments are closed, but trackbacks and pingbacks are open.