ଭୋଗରାଇ,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଉଁଶଡିହା ଗ୍ରାମର ଆଦିବାସୀ ସାହିରେ ଝାଡ଼ାବାନ୍ତିରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ୨ ଜଣ ଶିଶୁଙ୍କ ସମେତ ୪ ଜଣ ମହିଳା ଓ ୨ ଜଣ ପୁରୁଷ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୨ ଜଣ ପୁରୁଷଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା ବେଳେ ଅନ୍ୟ ୬ ଜଣ ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏକାଦଶାହ ଭୋଜି ଖାଇ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ଗୁରୁବାର ରାତିରେ ବାଉଁଶଡିହା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଏକାଦଶାହ କର୍ମ ଲାଗି ଭୋଜି ହୋଇଥିଲା । ସେଥିରେ ଗ୍ରାମର ବହୁ ଲୋକ ଭୋଜି ଖାଇ ଘରକୁ ଫେରିଥିଲେ । ମାତ୍ର ଭୋର ସମୟରେ ଜଣକ ପରେ ଜଣକୁ ଝାଡ଼ାବାନ୍ତି ହେବାକୁ ଲାଗିଥିଲା । ଖବର ପାଇ ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ ପହଞ୍ଚି ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେମାନଙ୍କ ମଧ୍ୟରୁ ରାମ ମୁର୍ମୁ (୪୦) ଓ ବିଶ୍ୱନାଥ ହେମ୍ବ୍ରମ (୪୦)ଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସୀତା ମୁର୍ମୁ (୩୦), ପୁଷ୍ପା ମୁର୍ମୁ (୨୯) ଓ ଅନ୍ୟ ୨ ଜଣ ମହିଳାଙ୍କ ସମେତ ବାଙ୍କା ମୁର୍ମୁ (୪) ଓ ବେବୀ ମୁର୍ମୁ (୩) ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟନ୍ତ୍ରଣାଧୀନ ଥିବା ଜଳେଶ୍ୱରପୁର ସିଏଚସି ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କମଳାକାନ୍ତ ଜେନା କହିଛନ୍ତି । ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ, ସଂପୃକ୍ତ ଗ୍ରାମକୁ ଡାକ୍ତରୀ ଦଳ ପଠାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.