ନକଲି ଦ୍ରବ୍ୟ ପ୍ରସ୍ତୁତିକାରୀଙ୍କ ଭୂସ୍ୱର୍ଗ ପାଲଟିଛି କଟକ

Get real time updates directly on you device, subscribe now.

କଟକ: ନକଲି ଦ୍ରବ୍ୟ ପ୍ରସ୍ତୁତି କାରୀଙ୍କ ଭୂସ୍ଵର୍ଗ ପାଲଟିଛି କଟକ ଜିଲ୍ଲା। ବମ୍ଫକୁଦ, ଜଗତପୁର, ରାଣୀହଟ, ମାଲ ଗୋଦାମ ପ୍ରଭୃତି ଅଞ୍ଚଳରୁ ନକଲି ତେଲ, ମସଲା , ଟମାଟୋ ସସ୍, ଚିଲି ସସ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ନଡ଼ିଆ ତେଲ ଓ ନକଲି ଜର୍ଦ୍ଦା ପରେ ଏବେ କଟକ ସଦର ଥାନା ଅଧିନ ଗବବସ୍ତ ନିକଟ ଉଲାର ଠାରେ ଥିବା ଏକ ନକଲି ଘିଅ କାରଖାନାକୁ ସିଲ କରିଛି ପ୍ରଶାସନ।
କଟକ ସଦର ଥାନା ଠାରୁ ଅଳ୍ପ କେଇ କିଲୋମିଟର ଦୂରରେ ନକଲି ଘିଅ କାରଖାନା ରହିଥିଲା। ହେଲେ ସଦର ପୋଲିସ ଜାଣି ପାରିଲାନି। ମାଲ ଗୋଦାମ ଥାନା ପୁଲିସ କଟକ ସଦର ଥାନା ପୋଲିସ ସହାୟତାରେ ଚଢାଉ କରି କାରଖାନାକୁ ସମ୍ପୂର୍ଣ୍ଣ ସିଲ୍ କରିବା ସହ ନକଲି ଘିଅ ପ୍ରସ୍ତୁତ କରୁଥିବା ବାଙ୍କି ଅଞ୍ଚଳର ନରସିଂହ ଦାସଙ୍କ ସହ ମାଲଗୋଦାମ ଅଞ୍ଚଳର ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ମାଲ ଗୋଦାମ ପୋଲିସ ।
ମାଲ ଗୋଦାମ୍ ଅଞ୍ଚଳରେ ଶ୍ରୀ ଦୁର୍ଗା, ଏସ ଦୁର୍ଗା ଓ ଶ୍ରୀ ମନ୍ଦିର ପ୍ରଭୃତି ନାମରେ ନକଲି ଘିଅ ବିକ୍ରି ହେଉଥିବା ଖବର ପାଇ ଚଢାଉ ବେଳେ ସଂପୃକ୍ତ ବ୍ୟକ୍ତି ଠାରୁ ଠିକଣା ପାଇ ମାଲ ଗୋଦାମ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ନକଲି ଘିଅ ପ୍ରସ୍ତୁତିର ପ୍ରମାଣ ପାଇଥିଲା ପୁଲିସ। ଏହି ନକଲି ଘିଅ ପ୍ରସ୍ତୁତିରେ ରୁବି ରିଫାଇନ ଅଏଲ, ଡାଲ୍ଡା ବନସ୍ପତି, ଓ ଜୁବୁଲି ବନଷ୍ପତି ଭଳି ଅନେକ ବ୍ରାଣ୍ଡ ମିଶି ନକଲି ଘିଅ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି। ଏହି ନକଲି ଘିଅ କାରଖାନାରେ ଏସ ଦୁର୍ଗା, ଶ୍ରୀ ଦୁର୍ଗା, ଶ୍ରୀ ମନ୍ଦିର, ଯଶୋଦା, ଏସ ବାଲାଜୀ ଭଳି ଛଅଟି ବ୍ରାଣ୍ଡର ଘିଅ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।
ସେପଟେ ଏହି ସବୁ ନକଲି ଘିଅରେ ଉତ୍ପାଦନ ତାରିଖ କିମ୍ବା ଟ୍ରେଡ ନମ୍ବର ନାହିଁ । ଏହି ଚଢାଉରେ ମାଲ ଗୋଦାମ ଥାନା ଆଇ ଆଇ ସି, କଟକ ସଦର ଥାନା ଆଇ ଆଇ ସି, କଟକ ଜୋନ-୧ ଏସିପି, ଜୋନ-୪ ଏସିପିଙ୍କ ସମେତ ମାପ ଓ ଓଜନ ବିଭାଗର ଅଧିକାରୀ ଓ ଲେବୁଲ ଓ ପ୍ୟାକିଙ୍ଗ ବିଭାଗ ସାମିଲ ହୋଇ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons