ବିଧାନସଭା ଆଗରେ ଉତ୍ତେଜନା: ୧୫ଜଣଙ୍କୁ ଉଠାଇନେଲା ପୋଲିସ

Get real time updates directly on you device, subscribe now.

ଭୁବନେଶ୍ୱର: ଶୁକ୍ରବାର ପୁଣି ବିଧାନସଭା ଗେଟ୍ ସମ୍ମୁଖରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ୧୦ରୁ ୧୫ ଜଣ ଯୁବକ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବାଇକରେ ଏଜି ଛକରୁ ଆସି ବିଧାନସଭା ଭିତରକୁ ପଶି ଆସୁଥିବା ବେଳେ ଯୁବକଙ୍କୁ ଅଟକାଇଥିଲା ପୋଲିସ।
ଏହା ପରେ ସେମାନଙ୍କୁ ଜୋର ଜବରଦସ୍ତ ପୋଲିସ ଉଠାଇ ନେଇଛି । ବିଧାନସଭା ଗେଟ ସମ୍ମୁଖରେ ଏବେ ପୋଲିସ ଛାଉଣୀ ହୋଇ ରହିଛନ୍ତି । ତେବେ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ। ପରୀ ମୃତ୍ୟୁ ମାମଲାରେ ଯୁବକମାନେ ପ୍ରତିବାଦ ପାଇଁ ଆସିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons