ବିଏମ୍ସିଙ୍କୁ କଡା ଭର୍ତ୍ସନା, କଙ୍ଗନାଙ୍କୁ ମିଳିବ କ୍ଷତିପୂରଣ

Get real time updates directly on you device, subscribe now.

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ମୁମ୍ବାଇର ପାଲି ହିଲ୍ ସ୍ଥିତ ଅଫିସକୁ ସ୍ଥାନୀୟ ମହାନଗର ନିଗମ ଦ୍ୱାରା ଭଙ୍ଗାଯିବା ଘଟଣାରେ ବମ୍ବେ ହାଇକୋର୍ଟଙ୍କ ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ହାଇକୋର୍ଟ କହିଛନ୍ତି ଯେ ବ୍ର୍ରିହନ୍ନମୁମ୍ବାଇ ମହାନଗର ନିଗମ( ବିଏମସି) ଉଦେ୍ଧଶ୍ୟମୂଳକ ଭାବେ କଙ୍ଗନାଙ୍କ ଅଫିସକୁ ଭାଙ୍ଗିଛି ଏବଂ ଏଥିପାଇଁ ତାଙ୍କୁ ସିଏ କ୍ଷତିପୂରଣ ଦେବ ।
ଅଦାଲତ ନିଜ ରାୟରେ ଦର୍ଶାଇଛନ୍ତି କି ବିଏମସି ଯେପରି କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିଛି, ତାହାକୁ ସ୍ୱାଭାବିକ ଏବଂ ଆଇନସମ୍ମତ ବୋଲି କୁହାଯାଇପାରିବ ନାହିଁ । ଅତି ଯୋଜନାବଦ୍ଧ ଭାବେ ଏପରି କରାଯାଇଥିଲା ଯେମିତି ସେ ବିଏମସି ଦ୍ୱାରା ଅଫିସ ଭଙ୍ଗା ରୋକିବା ପାଇଁ ଅଦାଲତର ସାହାରା ନେଇନପାରିବେ । ତାଙ୍କୁ କେବଳ ଧମକାଇବା ଉଦେ୍ଧଶ୍ୟରେ ବିଏମସି ଏପରି ପଦକ୍ଷେପ ନେଇଛି । ଏହା ପଛରେ କିଛି ଅଲଗା ଅଭିସନ୍ଧି ରହିଛି । ଏହାଦ୍ୱାରା ଜଣେ ନାଗରିକର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି । ହାଇକୋର୍ଟ ମଧ୍ୟ ବିଏମସି ଦ୍ୱାରା କଙ୍ଗନାଙ୍କ ଅଫିସ ଭାଙ୍ଗିବା ପାଇଁ ପୂର୍ବରୁ ଜାରି କରାଯାଇଥିବା ଦୁଇଟି ନୋଟିସକୁ ରଦ୍ଧ କରିଦେଇଛନ୍ତି ।
ବିଏମସିର ଏଭଳି କାର୍ଯ୍ୟ ପାଇଁ କଙ୍ଗନାଙ୍କୁ କ୍ଷତିପୂରଣ ମିଳିବା ଦରକାର । ତେଣୁ କଙ୍ଗନାଙ୍କର କେତେ କ୍ଷତି ହୋଇଛି, ତାହାର ମୂଲ୍ୟାଙ୍କନ କରାଯିବ । ଏଥିପାଇଁ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିବେ । ସେ ଉଭୟ କଙ୍ଗନା ଏବଂ ବିଏମସିଙ୍କ ପକ୍ଷ ଶୁଣି ଚୂଡାନ୍ତ ନିର୍ଣ୍ଣୟ ନେବେ । ତଦନୁଯାୟୀ, ଅଦାଲତ ବିଏମସି ଦ୍ୱାରା କେତେ କ୍ଷତିପୂରଣ ଦିଆଯିବ, ସେନେଇ ଆଦେଶ ଜାରି କରିବେ । କଙ୍ଗନା ଏହି ମାମଲାରେ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ ।
ହାଇକୋର୍ଟ ଆହୁରି କହିଛନ୍ତି ଯେ କଙ୍ଗନା ସୋସିଆଲ ମିଡିଆରେ ପୋଷ୍ଟ କରିବା ସମୟରେ ସଂଯମତା ଅବଲମ୍ବନ କରିବା ଦରକାର । ତେବେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ମୂର୍ଖତାପୂର୍ଣ୍ଣ କିଛି ପୋଷ୍ଟ କରେ, ତାହାହେଲେ ସମସ୍ତେ ଏହାକୁ ଅଣଦେଖା କରିବା ଭଲ ହେବ । କିନ୍ତୁ ଏପରି ପରିସ୍ଥିତିରେ ବି କୌଣସି ସରକାର ଜଣେ ନାଗରିକ ବିରୋଧରେ ଏଭଳି ଭାବେ ବାହୁବଳର ପ୍ରୟୋଗ କରିପାରିବେ ନାହିଁ । ପ୍ରାୟ ଦୁଇ ମାସ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି ।
ରାୟ ପ୍ରକାଶ ପାଇବା ପରେ କଙ୍ଗନା ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଜଣେ ବ୍ୟକ୍ତିି ଯେତେବେଳେ ସରକାରଙ୍କ ବିରୋଧରେ ଲଢେଇ କରି ଜିତେ, ଏହା କେବଳ ତା’ର ବିଜୟ ନୁହେଁ । ବରଂ ଏହା ହେଉଛି ଗଣତନ୍ତ୍ରର ବିଜୟ । ଏହି ଲଢେଇରେ ଯେଉଁମାନେ ତାଙ୍କର ସାଥ୍ ଦେଇଥିଲେ, ସେମାନଙ୍କ ପ୍ରତି ସେ କୃତଜ୍ଞତା ଜାହିର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons