ଲାଲୁଙ୍କ ଜାମିନ ଆବେଦର ଶୁଣାଣି ଘୁଞ୍ଚôଲା

Get real time updates directly on you device, subscribe now.

ରାଞ୍ଚô: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଏପର୍ଯ୍ୟନ୍ତ କେତେ ମାସ ଜେଲରେ ରହିଛନ୍ତି? ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଶୁକ୍ରବାର କେବଳ ଏହି କାରଣରୁ ତାଙ୍କର ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖାଯାଇଛି ।
ଲାଲୁ ଯାଦବଙ୍କୁ ଲଗାତର ଭାବେ ଗୋଖାଦ୍ୟ ଦୁର୍ନୀତି ମାମଲା ସହ ସମ୍ପର୍କିତ ତିନୋଟି ମାମଲାରେ ଦଣ୍ଡାଦେଶ ମିଳିଥିଲା । ଏହାଯୋଗୁ ସେ ୨୦୧୭ ଡିସେମ୍ବର ୨୩ରୁ ଜେଲରେ ଅଛନ୍ତି । ତାଙ୍କୁ ଉକ୍ତ ତିନିଟି ମାମଲା ଭିତରୁ ଦୁଇଟିରେ ଜାମିନ ମିଳିସାରିଛି । ଆଉ ଗୋଟିଏ ମାମଲାରେ ଜାମିନ ପାଇବା ଉଦେ୍ଧଶ୍ୟରେ ସେ ଏବେ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିଛନ୍ତି । ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି ସମୟରେ ଲାଲୁଙ୍କ ତରଫରୁ ହାଇକୋର୍ଟଙ୍କୁ ସୂଚନା ଦିଆଯାଇଥିଲା ଯେ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲାବେଳେ ସେ ୪୨ ମାସ ୨୮ ଦିନ ଜେଲରେ ରହିସାରିଲେଣି । ସେ ଦଣ୍ଡାଦେଶ ଅବଧିର ଅଧା ଭୋଗ କରିସାରିଥିବାରୁ ତାଙ୍କୁ ଜାମିନ ଦିଆଯିବା ଦରକାର । ମାତ୍ର ସିବିଆଇ ଏହାକୁ ବିରୋଧ କରି ଦର୍ଶାଇଥିଲା କି ଲାଲୁ ଏପର୍ଯ୍ୟନ୍ତ ମାତ୍ର ୩୪ ମାସ ଏବଂ ଆଉ କିଛି ଦିନ ଜେଲରେ ରହିଛନ୍ତି । ଦଣ୍ଡାଦେଶ ଅବଧିର ଅଧା ଭୋଗ କରିବାକୁ ହେଲେ ତାଙ୍କୁ ଆଉ ୮ ମାସ ଜେଲରେ ରହିବାକୁ ପଡିବ । ଏହାପରେ ଲାଲୁଙ୍କ ଓକିଲ ତଥା ବିଶିÂ କଂଗ୍ରେସ ନେତା କପିଲ ସିବଲ ଅଦାଲତଙ୍କୁ ଜଣାଇଥିଲେ ଯେ ଲାଲୁ କେତେ ସମୟ ଜେଲରେ କାଟିଛନ୍ତି, ସେସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦେବା ପାଇଁ ତାଙ୍କୁ କିଛି ସମୟ ଦିଆଯାଉ । ଏହାପରେ ହାଇକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତା ମାସ ୧୧ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons