ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଖଣି ନିଗମ (ଓଏମ୍ସି) ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ବେଶ ସହଯୋଗ କରିଛି । ଛଅ ଦଶନ୍ଧିର ଏ ରାଷ୍ଟା୍ରୟତ୍ତ ଉଦ୍ୟୋଗର ଭୂମିକା ପ୍ରଶଂସନୀୟ । ଆସନ୍ତା ବର୍ଷଠାରୁ ଓଏମ୍ସି ୨୦ ନିୟୁତ ଟନ୍ ଲୁହାପଥର ଉପôାଦନ କରିବ । ଓଏମ୍ସିର କଷ୍ଟମର ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ସିଆଇଏମଏସ୍) ଏବଂ ଷ୍ଟକ୍ୟାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ (ଏସ୍ଏମ୍ଏସ୍) ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ।
‘୫ ଟି’ରେ ଏ ଦୁଇଟି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ଓଏମ୍ସି ଏବେ ଖଣି କ୍ଷେତ୍ରରେ ଦେଶର ସବୁଠୁ ଆଗୁଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ନୂଆକରି ଆଜି ଆରମ୍ଭ ହୋଇଥିବା ସିଆଇଏମ୍ଏସ୍ ଓ ଏସ୍ଏମ୍ଏସ୍ ସେବା ଦ୍ୱାରା ଅଧିକ ସ୍ୱଚ୍ଛତା ରହିବ । ଅନ୍ଲାଇନ୍ ବିକ୍ରି ବଟା ସହ ‘୫-ଟି’ରେ ନିଗମର କାରବାର ଅଧିକ ସ୍ୱଚ୍ଛତା ସହକାରେ ହୋଇପାରିବ । ଗତ ୬ ଦଶନ୍ଧିର ଏକ କମ୍ପାନି ରାଜ୍ୟର ବିକାଶରେ ବେଶ ସହଯୋଗ କରିଛି । କରୋନା ସମୟରେ ଓଏମ୍ସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗ କରିବା ସହ ବହୁ ଜନକଲ୍ୟାଣ କାମ କରିଛି । ଓଏମ୍ସି ସାମାଜିକ ଦାୟିତ୍ୱବୋଧ କାମ ନିÂାର ସହ ତୁଲାଉଛି । ଆହାର, ଆଦର୍ଶ ବିଦ୍ୟାଳୟ ସହ କ୍ରୀଡ଼ା ବିକାଶ ପାଇଁ ମଧ୍ୟ ବେଶ ସହଯୋଗ କରୁଛି ଓଏମ୍ସି ।
ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଜଙ୍ଗଲ ସଂରକ୍ଷଣରେ ଓଏମ୍ସି ଉଲ୍ଲେଖନୀୟ କାମ କରି ଆଇବିଏମ୍ ଦ୍ୱାରା ପ୍ରତି ଖଣି ପାଇଁ ୫ ଷ୍ଟାର ମାନ୍ୟତା ପାଇଛି । ଆଗକୁ ଏ ନିଗମ ସାମାଜିକ ପ୍ରତିବଦ୍ଧତା, ପରିବେଶ ସୁରକ୍ଷା, ବୈଷୟିକ ଜ୍ଞାନଯୁକ୍ତ ଏକ ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡ଼ିଶାର ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ତୁଲାଇବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ଓଏମ୍ସି ନିÂାର ସହ କାମ କରୁଛି । ଖଣି ବିଭାଗ ପ୍ରମୁଖ ସଚିବ ତଥା ଓଏମ୍ସି ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଓଏମ୍ସିର ଆଗକୁ ଥିବା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ପରିଚାଳନା ନିଦେ୍ର୍ଧଶକ ଭିନୀଲ କ୍ରିଷ୍ଣା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅର୍ଥ ନିଦେ୍ର୍ଧଶକ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଏ କେ ମୀନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ସିଆଇଏମ୍ଏସ୍ ଆଇ୩ଏମ୍ଏସ୍ ସହ ସମନ୍ୱିତ ହୋଇଥିଲାବେଳେ ଇ-ନିଲାମ ପାଇଁ ଏମ୍ଏସ୍ଟିସି, ଏସ୍ଏପି ସହ ମଧ୍ୟ ସମନ୍ୱିତ ହୋଇଛି ।
Comments are closed, but trackbacks and pingbacks are open.