ମୋଦି ସରକାରଙ୍କ ଦ୍ୱିତୀୟପାଳିରେ ପ୍ରସ୍ତୁତ ହେଲା ୧୦୦ ଦିନିଆ ଏଜେଣ୍ଡା

Get real time updates directly on you device, subscribe now.

ନୂଆଦିଲ୍ଲୀ:ଦ୍ୱିତୀୟ ଥର କ୍ଷମତାକୁ ଆସିଛନ୍ତି ନରେନ୍ଦ୍ର ମୋଦି ସରକାର । ଦ୍ୱିତୀୟ କାର୍ଯ୍ୟକାଳରପ୍ରଥମ ୧୦୦ ଦିନରେ କ’ଣ ରହିବ ଏଜେଣ୍ଡା ତାହାପ୍ରସ୍ତୁତ । ୧୦୦ ଦିନରେ ସରକାର ୧୬୭ଟି ରଣନୀତିକ ଯୋଜନାକୁ କାର୍ଯ୍ୟକାରୀ କରିବେ । ଅକ୍ଟୋବର ୧୫କୁ ଡେଡ୍ଲାଇନ୍ ନିର୍ଦ୍ଧାରଣ କରାଯାଇଥିବା ଜଣାଯାଇଛି ।
ଜୁଲାଇ ୧୦ରେ ସମସ୍ତ ସଚିବମାନଙ୍କୁ ସୂଚିତ କରି କ୍ୟାବିନେଟ ସଚିବପ୍ରଦୀପ କେ. ସିହ୍ନା ଏହା କହିଛନ୍ତି । ବିଭିନ୍ନ ବିଭାଗର ସଚିବ ଏବଂ ମନ୍ତ୍ରୀଗୋଷ୍ଠୀଙ୍କ ସୁପାରିସ୍କୁ ଭିତ୍ତି କରି ଏହି ଏଜେଣ୍ଡାପ୍ରସ୍ତୁତ କରାଯାଇଛି ।
୧୦୦ ଦିନ ମଧ୍ୟରେ ସମସ୍ତ ଉଚ୍ଚ ଶିକ୍ଷାପ୍ରତିଷ୍ଠାନରେ ଫାଙ୍କାପଡିଥିବା ୩,୦୦,୦୦୦ ଫ୍ୟାକ୍ଲଟିପଦବୀକୁପୂରଣ କରିବାପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ନେହେରୁ ମେମୋରିଆଲ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀରେ ଦେଶରପ୍ରଧାନମନ୍ତ୍ରୀମାନଙ୍କୁ ନେଇ ଏକ ମ୍ୟୁଜିୟମ୍ର ଢ଼ାଞ୍ଚାକୁ ୧୦୦ ଦିନ ମଧ୍ୟରେପ୍ରସ୍ତୁତ କରିବାପାଇଁ ସଂସ୍କୃତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଲାଲକିଲ୍ଲାରେ ୩ଟି ନୂଆ ବାରାକ ମ୍ୟୁଜିୟମ୍ର ଶୁଭାରମ୍ଭ ଏହି ୧୦୦ ଦିନ ମଧ୍ୟରେ ହେବ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀପରିପ୍ରେକ୍ଷୀରେ ହେବାକୁ ଥିବା କାର୍ଯ୍ୟଗୁଡିକ ଏହି ଡେଡ୍ଲାଇନ୍ ଭିତରେ ସାରିବାକୁ ସଂସ୍କୃତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଏସବୁ ଯୋଜନାଗୁଡିକୁ ନିଜପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକାରୀ କରାଇବାପାଇଁ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାପ୍ତାହିକ ଭିତ୍ତିରେ ସିହ୍ନା ନିଜେ ଏହାର ସମୀକ୍ଷା କରିବେ ।ପ୍ରତି ଶୁକ୍ରବାର ସଂନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ସଚିବମାନେ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନ ଷ୍ଟାଟସପଠାଇବେ ।
ସାଧାରଣ ଲୋକ ଯେପରି ସ୍କିମ୍ଗୁଡିକରପ୍ରଗତିକୁ ଦେଖିପାରିବେ ସେ ନେଇ ବ୍ୟବସ୍ଥା କରିବାପାଇଁ ସବୁ ମନ୍ତ୍ରାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ଯୋଜନାର କାର୍ଯ୍ୟାନ୍ୱୟନ ସହ ସେଣ୍ଟ୍ରାଲାଇଜ୍ଡପବ୍ଲିକ୍ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ୍ ମନିଟରିଂ ସିଷ୍ଟମ୍କୁ ଅପ୍ଗ୍ରେଡ କରାଯିବ । ଏକ ଜାତୀୟ ଇ-ସର୍ଭିସ ଡେଲିଭରି ଆସେସ୍ମେଣ୍ଟର ଶୁଭାରମ୍ଭ କରିବାପାଇଁ ଯୋଜନା କରାଯାଇଛି । ଅଫିସପ୍ରକ୍ରିୟାର ଏକ ନୂଆ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଅଫିସ ମାନୁଆଲପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଛି ।
୧୦୦ ଦିନିଆ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଏହା ନିଶ୍ଚିତ କରିବା ଯେ ମୋଦି ୨.୦ ସରକାର ଯୋଜନାଗୁଡିକର କାର୍ଯ୍ୟକାରୀପାଇଁ ନିଷ୍ପତ୍ତି ନେବାରେ ସମୟ ନଷ୍ଟ କରନ୍ତି ନାହିଁ । ଲୋକ ସଭା ନିର୍ବାଚନ ଚାଲିଥିବା ସମୟରେ ବି ଏ ନେଇପ୍ରସ୍ତୁତି ଚାଲିଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ ସମୟରେପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟପକ୍ଷରୁପ୍ରତି ବିଭାଗ ଏବଂ ମନ୍ତ୍ରାଳୟଗୁଡିକୁ ୧୦୦ ଦିନର ଯୋଜନାପ୍ରସ୍ତୁତ କରିବାପାଇଁ କୁହାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons