୩୦୦ ଛାତ୍ରଛାତ୍ରୀଙ୍କୁ ଏସ୍ଆର୍ଏମ୍ପକ୍ଷରୁ ବୃତ୍ତିପ୍ରଦାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ପେରାମବାଲୁର ନିର୍ବାଚନ କ୍ଷେତ୍ରରୁ ୩୦୦ ଛାତ୍ରଛାତ୍ରୀଙ୍କୁ ଏସ୍ଆର୍ଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି(ଏସ୍ଆର୍ଏମ୍ଆଇଏସ୍ଟି) ବୃତ୍ତିପ୍ରଦାନ କରିଛି । ଏସ୍ଆର୍ଏମ୍ଆଇଏସ୍ଟିପ୍ରତିଷ୍ଠାତା ଚାନ୍ସେଲର ତଥା ପେରାମ୍ବାଲୁର ସାଂସଦ ଡ. ଟି.ଆର୍.ପରିଭେନ୍ଧର ଶନିବାର ଏହି ସୂଚନା ଦେଇଛନ୍ତି । ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତିପ୍ରଦାନ କରାଯାଇଛି । ବୋର୍ଡପରୀକ୍ଷାରେ ସେମାନଙ୍କପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଚୟନ କରାଯାଇଛି ।
ତାଙ୍କୁପ୍ରତିନିଧି ଭାବେ ନିର୍ବାଚିତ କରିଥିବା ଲୋକଙ୍କୁ ସେ କିଛି ଦେବାକୁ ଚାହୁଁଥିଲେ । ଏହି ବୃତ୍ତି ବଳରେ ସେ ନିଜ ନିର୍ବାଚନ ମଣ୍ଡଳର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲେ ବୋଲି କହିଛନ୍ତି ।
ବୃତ୍ତିପାଇଁ ୧୫୦୦ ଆବେଦନ ଆସିଥିଲା । ଏଥିମଧ୍ୟରୁ ୩୦୦ ଜଣଙ୍କୁ ଚୟନ କରାଯାଇଛି, ଯେଉଁମାନେ ଏସ୍ଆର୍ଏମ୍ଆଇଏସ୍ଟିରେ ବିଭିନ୍ନ କୋର୍ସରେ ଶିକ୍ଷାଗ୍ରହଣ କରିବେ ।
ବୃତ୍ତିପତ୍ରପ୍ରଦାନ ଅବସରରେ ଭାଇସ୍ ଚାନ୍ସେଲର ଡ. ସନ୍ଦୀପ ସଞ୍ଚେତି, ଡ. ଟି.ପି. ଗଣେଶନ, ଡ. ଆର୍. ବାଳସୁବ୍ରମଣ୍ୟନ୍, ନିର୍ଦ୍ଦେଶକ(ଆଡମିସନ) ଡ. ଟି. ଭି. ଗୋପାଳ ଏବଂ କଣ୍ଟ୍ରୋଲର(ପରୀକ୍ଷା) ଡ. ଏସ୍. ପୋନ୍ନୁସାମୀପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons