ଝରିଗାଁ,(ବି.ବି.ନୁ୍ୟଜ): ଦୀର୍ଘ ୨୪ ଦିନ ହେଲା ଜଙ୍ଗଲରେ ତପସ୍ୟା କରୁଛନ୍ତି ମହିଳା । ଖରା, ଶୀତକୁ ଖାତର ନକରି ଖାଦ୍ୟ ଓ ଜଳ ବିନା ଗଛମୂଳେ ଆଖି ବନ୍ଦ କରି ବସିଛନ୍ତି । ମହିଳାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ମହିଳା ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ଥାଟବେଡ଼ା ଗାଁର ଭଗବାନ ଗୌଡ଼ଙ୍କ ସ୍ତ୍ରୀ ଦୂତିକା(୪୭) । ଭୟଙ୍କର ପରିବେଶରେ ମହିଳାଜଣକ ବସିଥିବାରୁ ତାଙ୍କ ଉପରେ ଦେବୀ ପ୍ରସନ୍ନ ହୋଇଥିବା ଲୋକେ ଚର୍ଚ୍ଚା କରୁଛନ୍ତି ।
ଲୋକେ କହିଛନ୍ତି, ଦୂତିକା ଦେବକୋଟଠାରେ ଗତ ୨୪ ଦିନ ହେଲା ଏପରି ବସିଛନ୍ତି । ଦେବକୋଟଠାରେ ପ୍ରତି ଦଶହରାରେ ତାଙ୍କ ପରିବାର ପକ୍ଷରୁ ମା’ ମାଉଲିଙ୍କୁ ପୂଜା କରାଯାଇଥାଏ । ମା’ଙ୍କ ଆଶୀର୍ବାଦରୁ ଦୂତିକା ନିର୍ଜଳ ତପସ୍ୟାରେ ବସିବାରେ ସକ୍ଷମ ହୋଇଛନ୍ତି ।


Comments are closed, but trackbacks and pingbacks are open.