ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପିଏକ୍ସଇ ପକ୍ଷରୁ ଶନିବାର ଏଟିଏଜିଏସ(ଆଡଭାନ୍ସ ଟାଓଡ ଆର୍ଟିଲରୀ ଗନ ସିଷ୍ଟମ)ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିÂାନ (ଡିଆରଡିଓ) ଏହି ଗନ ସିଷ୍ଟମ ଏଟିଏଜିଏସକୁ ବିକଶିତ କରିଛି । ଏହାର ଶତୃ ଉପରକୁ ମାତ୍ର ୧୫ ସେକେଣ୍ଡରେ ୩ ରାଉଣ୍ଡ ଗୋଳା ବର୍ଷଣ କରିବାର କ୍ଷମତା ରହିଛି । ଏଟିଜିଏସର ଓଜନ ୧୮ ଟନ ହୋଇଥିବା ବେଳେ ବାରେଲର ଲମ୍ବ ୬ମିଟର ୯୭୫ ମିଲିମିଟର । ମୋଟେଇ ୧୫୫ ମିଲିମିଟର ହୋଇଥିବା ବେଳେ ଏହାର ଲକ୍ଷଭେଦ କ୍ଷମତା ୪୦ କିଲୋମିଟର । ବିଶ୍ୱର ଏହିଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି । ଏଟିଏଜିଏସ ଗନ ସିଷ୍ଟମ ପ୍ରଥମେ ୨୦୧୭ ମସିହା ୬୮ତମ ଗଣତନ୍ତ୍ର ଦିବସରେ ପରୀକ୍ଷା ହୋଇଥିଲେ ହେଁ ୨୦୧୯ ମସିହାରୁ ସ୍ଥଳ ସେନାରେ ସାମିଲ କରାଯାଇଛି । ଭାରତୀୟ ସ୍ଥଳ ସେନା ପକ୍ଷରୁ ୧୫୦ଟି ଏଟିଏଜିଏସ୍ ପାଇଁ ମୋଟ ୩,୩୬୪.୭୮ କୋଟି ଟଙ୍କା ବିନିଯୋଗ କରାଯାଇଥିଲା । ବିଭିନ୍ନ ଦିଗକୁ ବିକାଶ କରାଯାଇ ଏହାର ବାରମ୍ବାର ପରୀକ୍ଷଣ କରାଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଏହି ଗନ ସିଷ୍ଟମ ଏକ ମାଇଲ ଖୁଣ୍ଟ ପ୍ରତିÂା କରିବାରେ ସକ୍ଷମ ହୋଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଭାରତୀୟ ସେନାରେ ଆଗାମୀ ଦିନରେ ୮ ଶହରୁ ଊଦ୍ଧ୍ୱର୍ ଏଟିଜିଏସର ଆବଶ୍ୟକତା ରହିଥିବା ଜଣାପଡିଛି ।


Comments are closed, but trackbacks and pingbacks are open.