ଭଡ଼ା ବକେୟା ପ୍ରସଙ୍ଗ:୬ ଦୋକାନ ସିଲ୍ କଲା ପ୍ରଶାସନ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ବକେୟା ଷ୍ଟଲ ଭଡ଼ା ଆଦାୟ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପୌର ପ୍ରଶାସନ । ଭଡା ଟଙ୍କା ପଇଠ ଖିଲାପ ଅଭିଯୋଗରେ ୬ଟି ଦୋକାନ ସିଲ୍ କରିଛି । ଅନ୍ୟ ୬ଟି ଦୋକାନରୁ ଭଡ଼ା ବାବଦରେ ୧ ଲକ୍ଷ ୭୭ ଜହାର ୮୬୪ ଟଙ୍କା ଆଦାୟ କରାଯାଇଛି । ବକେୟା ଭଡା ପଇଠ ନକଲେ, ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟ କହିଛନ୍ତି ।
ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଥିଲା ଅଭିଯାନ । ବକେୟା ଭଡା ତାଲିକା ଧରି ପୌର ଏବଂ ପୁଲିସ କର୍ମଚାରୀ ଦୋକାନୀମାନଙ୍କ ପାଖରେ ପହଞ୍ଚିଥିଲେ । ମାଜିଷ୍ଟେ୍ରଟ ଭାବେ ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ ଉପସ୍ଥିତ ଥିଲେ । ଅତ୍ୟଧିକ ଭଡା ବାକି ରଖିଥିବା ୧୨ଟି ଦୋକାନରେ ଚଢଉ କରାଯାଇଥିଲା । ଟଙ୍କା ପଇଠ ଲାଗି ସେମାନଙ୍କ କୁହାଯାଇଥିଲା । ୬ ଜଣ ଦୋକାନୀ ଭଡା ବାବଦରେ ୧ ଲକ୍ଷ ୭୭ ହଜାର ୮୬୪ ଟଙ୍କା ଦେଇଥିଲେ । ଆଉ ୬ ଜଣ ଦୋକାନୀ ବାରମ୍ବାର ତାଗିଦ ଏବଂ ନୋଟିସ୍ ସତ୍ତେ୍ୱ ଭଡା ନଦେବାରୁ ସେମାନଙ୍କ ଦୋକାନ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା । ସିଲ୍ ହୋଇଥିବା ଦୋକାନଗୁଡିକ ମଧ୍ୟରେ ରହିଛି ପ୍ରଥମ ଦୈନିକ ବଜାରର ୩ଟି, ମୁଖ୍ୟରାସ୍ତାର ୨ଟି ଏବଂ ଖ୍ରୀଷ୍ଟି୍ରୟାନପେଟା ଅଞ୍ଚଳର ଗୋଟିଏ । ପ୍ରଶାସନର ଏଭଳି କଡା ଆଭିମୁଖ୍ୟ ଦେଖି ଖିଲାପକାରୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons