କୋରାପୁଟ, ଲମତାପୁଟ/ନନ୍ଦପୁର, (ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲାରେ ଅସହ୍ୟ ଥଣ୍ଡା । ଦିନକୁ ଦିନ ତାପମାତ୍ରା ଖସିବାରେ ଲାଗିଛି । ଲମତାପୁଟ ଏବଂ ପ;ାଙ୍ଗି ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ପାରଦ ୬.୬ ଡିଗ୍ରୀକୁ ଖସିଥିବା ବେଳେ ଲମତାପୁଟ ଓ ପ;ାଙ୍ଗି ଅଞ୍ଚଳରେ ଏହା ୪ ଡିଗ୍ରୀରେ ପହଞ୍ଚିଛି । ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତ ତିନିଦିନ ହେଲା ଜାଡ଼ରେ ଥରୁଛି ପୂରା ଜିଲ୍ଲା । ପରିସ୍ଥିତି ଏମିତି ହୋଇଛି ଯେ, ଦିନ ୮ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।
ଲମତାପୁଟ ବ୍ଲକ୍ ଅଞ୍ଚଳରେ ରାତି ୭ଟା ପରେ ବନ୍ଦ ହୋଇଯାଉଛି ଦୋକାନ ବଜାର । ରାସ୍ତାରେ ଦେଖିବାକୁ ମିଳୁଛି ଅଘୋଷିତ କର୍ଫୁ୍ୟ । ଜୁଆଡେ ଦେଖିଲେ ଖାଁ ଖାଁ । ସଞ୍ଜ ଓ ସକାଳେ ଘନ କୁହୁଡିÿର ଚାଦର ଘୋଡେ଼ଇ ରଖୁଛି ପୂରା ପରିବେଶକୁ । ଦିନ ୯ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଛି । ପ୍ରବଳ ଶୀତ ଲହରି ସତ୍ତେ୍ୱ ପଡୋଶୀ ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକମାନେ ଏଠାକୁ ଛୁଟୁଛନ୍ତି । ମାଛକୁଣ୍ଡ ଏବଂ ଡୁଡୁମା ନିକଟରେ ଭିଡ ଜମୁଛି । ସେହିପରି କୁହୁଡ଼ିର ଚାଦରରେ ଢାଙ୍କି ହୋଇ ରହୁଛି ନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳ । ଏଠାରୁ ଦେଢ କିଲୋମିଟର ଦୂରରେ ଥିବା ହାଡପୁଟ ଗାଁରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ସକାଳ ୮ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଦେଖା ମିଳୁନି ।
ପଟ୍ଟାଙ୍ଗି ଓ ଲମତାପୁଟ ବ୍ଲକରେ ତୁଷାରପାତ ଘଟଣାକୁ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତୁଷାରପାତ ହୋଇଥିବା ସଂପର୍କରେ ଲୋକଙ୍କଠାରୁ ସୂଚନା ମିଳିଛି । କିନ୍ତୁ ଏହା କଠିନ ନୁହେଁ, ତରଳ ଶିଶିର । ଥଣ୍ଡା ଯୋଗୁ ବହଳିଆ ଆସ୍ତରଣ ଜମି ରହୁଛି । ଅଦିକ ଆବଶ୍ୟକତା ନଥିଲେ ଘରୁ ନବାହରିବା ଲାଗି ସରକାର ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରବଳ ଥଣ୍ଡା ସତ୍ତେ୍ୱ ଚାଷୀମାନେ ବଡ଼ି ଭୋର୍ରୁ ଚାଷ କାମରେ ଲାଗି ପଡୁଛନ୍ତି । ଥଣ୍ଡାକୁ ସେମାନେ ଖାତିର କରୁନାହାନ୍ତି । କାରଣ ରବି ପାଇଁ ଛଡ଼ାଯାଉଥିବା ପାଣି କମିଗଲେ ଚାଷ କରିବା ମୁସ୍କିଲ ହୋଇପଡିବ ବୋଲି ସେମାନେ କହିଛନ୍ତି ।


Comments are closed, but trackbacks and pingbacks are open.