ଆଠ କ୍ୱିଣ୍ଟାଲର ମାଛ ୮ ଲକ୍ଷ ଟଙ୍କା

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସଂଲଗ୍ନ ବଙ୍ଗୋପସାଗରକୁ ମାଛ ମାରିବାକୁ ଯାଇଥିବା ଏକ ଟ୍ରଲର ଜାଲରେ ମଙ୍ଗଳବାର ୮ କ୍ୱିଣ୍ଟାଲ ଓଜନର ଏକ ମାଛ ଲାଗିଛି । ଏହାକୁ ସ୍ଥାନୀୟ ଲୋକେ ଶଙ୍କର ମାଛ ବୋଲି କହିଛନ୍ତି । ଟ୍ରଲରଟି ଦୀଘା ମୁହାଣରେ ଲାଗିଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିଲା । ଏହି ମାଛକୁ କୋଲକାତାର ମେରିନ ନାମକ କମ୍ପାନି ୮ ଲକ୍ଷ ଟଙ୍କାରେ କିଣି ନେଇଥିବା ଜଣାପଡ଼ିଛି । ଏହି ମାଛ ସାଧାରଣତଃ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons