ଦୁଇ ବଖରା ଘର ଜଳିଗଲା

Get real time updates directly on you device, subscribe now.

ଦିଗପହଣ୍ଡି,(ବି.ବି.ନୁ୍ୟଜ): ଏସ୍.ଟିକରପଡ଼ା ଗ୍ରାମପଞ୍ଚାୟତ ଫାସିବନ୍ଧ ଗ୍ରାମର ରମେଶ ଗୌଡଙ୍କ ଦୁଇ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି । ସୁନା ଅଧତୋଳା, ଚାଉଳ ଦୁଇବସ୍ତା, ସହ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ଯାଇଛି । ବିଦୁ୍ୟତ ସଟ୍ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସାନଖେମୁଣ୍ଡି ଦମକଳ ବାହିନୀନିଅାଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡ ଗତି ରାତ୍ର ପ୍ରାୟ ୧୦ଟାରେ ଘଟିଛି । ସେତେବେଳେ ରମେଶ ଗୌଡଙ୍କ ପରିବାର ଲୋକ ଘରେ ଶୋଇଥିବା ବେଳେ ଘର ଉପରୁ ନିଅାଁ ହୁତୁହୁତ ହୋଇ ଜଳୁଥିବା ଦେଖି ଗାଁ ଲୋକ କିଶୋର ଗୌଡକୁ ଉଠାଇଥିଲେ ବୋଲି ଗ୍ରାମର ସୁଦାମ ଗୌଡ କହିଛନ୍ତି । ବିପନ୍ନ ପରିବାରକୁ ଏକ ଦରିପାଲ ଯୋଗାଇ ଦିଆଯାଇଛି । ବିପନ୍ନ କିଶୋରଙ୍କ ପରିବାର ଭୋକ ଉପାସରେ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଖାଦ୍ୟ ସାମଗ୍ରୀ ଦିଆଯାଇ ନଥିବା ଅଭିଯୋଗ ହୋଇଛି । କ୍ଷୟକ୍ଷତିର ପରିମାଣ ୫୦ ହଜାରରୁ ଊଦ୍ଧ୍ୱର୍ ହେବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons