ରେଢ଼ାଖୋଲ,(ବି.ବି.ନୁ୍ୟଜ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ରେଢ଼ାଖୋଲ-ବଡ଼ମାଳ ରାସ୍ତାର ବଂଶାଜାଲ ନିକଟରେ ଗତ ରାତି ଅଜଣା ଗାଡ଼ି ଧକ୍କାରେ ମା’ ଓ ଛୁଆ ଭାଲୁର ମୃତୁ୍ୟ ହୋଇଛି ।
ସୂଚନା ମତେ ଗତ ରାତି ପ୍ରାୟ ୨୫ ବର୍ଷର ମା’ ଭାଲୁ ଓ ୫ ବର୍ଷର ଛୁଆ ଭାଲୁ ବଂଶାଜାଲ ନିକଟ ଏରୁଣ୍ଡିବାହାଲ ଜଙ୍ଗଲରୁ ରାସ୍ତା ପାରି ହେଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏଥିରେ ମା’ ଓ ଛୁଆର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଆଜି ସକାଳେ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ ଖବର ପାଇ ବନ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚô ମୃତ ଭାଲୁ ଦୁଇଟିକୁ ଉଦ୍ଧାର କରି ଚାରମାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର ନେଇଥିଲେ । ପ୍ରାଣୀ ଚିକିତ୍ସକ ପ୍ରଦୀପ ସାହୁ ଭାଲୁ ଦୁଇଟିର ଶବ ବ୍ୟବଚ୍ଛେଦ କରିବା ପରେ ଚାରମାଳ ନର୍ସରୀଠାରେ ମାଟି ଖୋଳି ପୋତି ଦିଆଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ ।
Comments are closed, but trackbacks and pingbacks are open.