ନିଆଁ ଲାଗି ଜଳିଗଲା ୪ ବଖରା ଘର

Get real time updates directly on you device, subscribe now.

ସୋର: ରବିବାର ସକାଳେ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଚାରିଆଡ଼େ ବ୍ୟାପୀ ଯାଇଥିଲା। ଏହି ନିଆଁରେ ୪ ବଖରା ଘର ଜଳି ଯିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଜଳି ପାଉଁଶ​‌ ହୋଇଯାଇଥିଲା। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ପାଖ ପଞ୍ଚାୟତ ଗୋପିନାଥପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଉକ୍ତ ଗ୍ରାମର ରେବତୀ ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଏହି ଘଟଣା ସଂପର୍କରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଆୟତ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons