ଓଲଟି ପଡିଲା ପିକଅପ୍ ଭ୍ୟାନ : ୨୧ ଯାତ୍ରୀ ଆହତ

Get real time updates directly on you device, subscribe now.

ତେଲକୋଇ: ଭାରସାମ୍ୟ ହରାଇ ଓଲଟିଲା ମିନି ପିକଅପ୍ ଭ୍ୟାନ୍। ଏଥିରେ ୨୧ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କୁଆଁର ଛକଠାରେ ଘଟିଛି ଏହି ଅଘଟଣ। ସୂଚନା ଅନୁଯାୟୀ, ୨୩ ଜଣ ଲୋକ (୨୨ ପୁରୁଷ, ଜଣେ ମହିଳା) ଏହି ମିନି ପିକ୍ଅପ୍ ଭ୍ୟାନ୍‌ରେ କାଞ୍ଜିପାଣି ଥାନା ଅନ୍ତର୍ଗତ ହଳଦୀପାଣିରୁ କେନ୍ଦୁଝର ସଦରଥାନା ଅନ୍ତର୍ଗତ ବଳଦାପାଳ ଗାଁକୁ ଯାଉଥିଲେ। ତେବେ କୁଆଁର ଛକରେ ଜାତୀୟ ରାଜପଥ ଛାଡ଼ି ପିକ୍‌ଅପ୍ ଭ୍ୟାନ୍‌ଟି ବାଂଶପାଳକୁ ଯାଉଥିବା ରାସ୍ତାକୁ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସମସ୍ତ ଯାତ୍ରୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।
ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୪ ଗୁରୁତରଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons