ଜଳେଶ୍ୱର,(ବି.ବି.ନୁ୍ୟଜ): କୃଷି ଆଇନ ପ୍ରତ୍ୟାହାର ଦାବିରେ ଶୀତ କାକରରେ ଚାଷୀମାନେ ଅହିଂସା ଆନେ୍ଦାଳନ ଚଳାଇ ରଖିଥିବା ବେଳେ କେନ୍ଦ୍ର ସରକାର ଚୂଡାନ୍ତ ନିଷ୍ପତ୍ତି ନେବାରେ ସମୟ ଗଡ଼ାଇ ଚାଲିଛନ୍ତି । ଏଣୁ କୃଷକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଦିନ ଥାଳି ବାଡେ଼ଇ ପ୍ରତିବାଦ କରି ମୋଦି ସରକାରଙ୍କର ନିଦ୍ରା ଭଙ୍ଗ କରିବା ପାଇଁ ତମାମ ଦେଶରେ ପ୍ରତିବାଦ କରିବାକୁ କୃଷକ ସମନ୍ୱୟ ସମିତି ଡାକରା ଦେଇଥିଲା । ଏହି କ୍ରମରେ କୃଷକ ସମନ୍ୱୟ ସମିତି ପକ୍ଷରୁ ଜଳେଶ୍ୱର, ଡେମୁରିଆ, ବାଇଗଣ ବାଡିଆ, ସୁଗା, ନାମ୍ପୁ, ପଞ୍ଚୁଘଣ୍ଟା, ଆରୁହା, ରାଇବଣିଆ ଆଦି ବିଭିନ୍ନ ରାସ୍ତାରେ ଛିଡ଼ାହାଇ ପ୍ରତିବାଦ କରିବା ସହ ଅନ୍ୟ ସ୍ଥାନରେ ଚାଷୀମାନେ ନିଜ ଘର ଅଗଣାରେ ଛିଡ଼ା ହୋଇ ଥାଳି ବାଡେ଼ଇ ପ୍ରତିବାଦ କରିଥିଲେ । ଏହି ଆନେ୍ଦାଳନରେ ଦିଲ୍ଲୀପ କୁମାର ଗିରି, ସୀତାଂଶୁ ସେନାପତି, ଜିତାଂଶୁ ନନ୍ଦୀ, ଦିପ୍ତୀମାନ ଆଚାର୍ଯ୍ୟ, ରବୀନ୍ଦ୍ର ବାରିକ, ପଲ୍ଟୁ ଦାସ, ରତନ ଦାସ, ଜୀବନ ପରିଡ଼ା, ସେକ୍ ଅବଦୁଲ ସାଦିକ୍, ଦିଲ୍ଲୀପ ପରିଡ଼ା, ଯତୀନ୍ ଜେନା, ଲକ୍ଷ୍ମୀଧର ପଲାଇ, ଗଣେଶ ଭୂୟାଁ, ଚୈତନ୍ୟ ଅଣ୍ଡିଆ, ସେକ୍ ନଜିମୁଦ୍ଧିନ୍, ସେକ୍ ସିତାରୁଦ୍ଧିନ୍, ସେକ୍ ଜମିରଉଦିନ୍, ଆରତୀ ପଲାଇ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହା ପରେ ଯଦି କେନ୍ଦ୍ର ସରକାର ଚାଷୀ ଆଇନ୍ ପ୍ରତ୍ୟାହାର ନ କରନ୍ତି, ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ । ଥଣ୍ଡାରେ ଯେଉଁ ୪୦ ଜଣ ଚାଷୀ ସହିଦ ହୋଇଛନ୍ତି, ସେହି ସହିଦ୍ଙ୍କ ରକ୍ତକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.