ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ଇଂରାଜୀ ନୂଆବର୍ଷ । କରୋନା ପାଇଁ ଚଳିତ ଥର ନୂଆବର୍ଷ ଫିକା ପଡିଥିଲେ ମଧ୍ୟ ସମସ୍ତେ ସାଙ୍ଗ, ସାଥୀ ଓ ପରିଜନଙ୍କୁ ମେସେଜ୍, ହ୍ୱାଟସଆପ୍, ଫେସବୁକରେ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ନବବର୍ଶର ଶୁଭକାମନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ନୂତନ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୂଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.