ସୌରଭଙ୍କୁ ହୃଦଘାତ

Get real time updates directly on you device, subscribe now.

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ହୃଦ୍ଘାତର ଶିକାର ହୋଇଛନ୍ତି । ଅପରାହ୍ଣରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ସୌରଭ ଏବେ ସଂପୂର୍ଣ୍ଣ ଭାବେ ବିପଦମୁକ୍ତ ଏବଂ କଥାବାର୍ତ୍ତା କରୁଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଫତାବ ଖାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଡାକ୍ତର ଖାନଙ୍କ କହିବା ଅନୁସାରେ, ସୌରଭଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ସଚେତନ ଅବସ୍ଥାରେ ଅଛନ୍ତି । କଥା ବି କହୁଛନ୍ତି । ଆମ ଡାକ୍ତରୀ ଟିମ୍ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଉପରେ ନଜର ରଖିବେ । ତାଙ୍କ ହୃଦୟରେ ଦୁଇଟି ବ୍ଲକେଜ ବା ଅବରୋଧ ରହିଥିଲା । ତାଙ୍କର ସୁସ୍ଥତା ଉପରେ ଆମର ପରବର୍ତ୍ତୀ ନିଷ୍ପତ୍ତି ନର୍ଭର କରୁଛି ।’
ଆଜି ସକାଳେ ସୌରଭ ଜିମ୍ କରିବାକୁ ଯାଇ ପିଠି ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ କୋଲକାତାର ଉଡ୍ଲାଣ୍ଡସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କର ପରୀକ୍ଷା ନିରୀକ୍ଷା କରିବା ପରେ ସେ ମୃଦୁ ହୃଦ୍ଘାତର ଶିକାର ହୋଇଥିବା ଜଣାପଡ଼ିଥିଲା ।
ସୌରଭ ହୃଦ୍ଘାତରେ ଶିକାର ହୋଇଥିବା ବିଷୟ ଜାଣିବା ପରେ ତାଙ୍କ ପ୍ରଶଂସକ, ଶୁଭେଚ୍ଛୁ, ବନ୍ଧୁ ଏବଂ ଅନ୍ୟମାନେ ଘୋର ଉଦ୍ବେଗ ପ୍ରକାଶ କରିବା ସହ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons