ସମ୍ବଲପୁର,(ବି.ବି.ନୁ୍ୟଜ): ସମାରୋହରେ କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ପୂର୍ବ ଭାରତର ବିକାଶ ପ୍ରତି ଫୋକସ୍ କରୁଛନ୍ତି ଓ ଆଇଆଇଏମ୍ ସମ୍ୱଲପୁର ଏହାର ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି । ସମ୍ବଲପୁରୀ ସଂସ୍କୃତିର ଇକତ୍ ଢ଼ାଞ୍ଚାରେ ନିର୍ମିତ ହେବାକୁ ଥିବା ଆଇଆଇଏମ୍ ଅଟ୍ଟାଳିକା ଆକର୍ଷଣର କେନ୍ଦ୍ର ସାଜିବ ବୋଲି ଭୁବନେଶ୍ୱରରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ସମ୍ବଲପୁରୀ ହସ୍ତତନ୍ତ ଏବଂ କଟକ ତାରକସି କାମର ବିଶ୍ୱରେ ସ୍ୱତନ୍ତ୍ର ଚାହିଦା ରହିଛି । ଅପାର ସମ୍ଭାବନାର ଜିଲ୍ଲା ସମ୍ବଲପୁର ପର୍ଯ୍ୟଟନ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଛି । ଆଇଆଇଏମ୍ ସମ୍ବଲପୁର ସ୍ଥାନୀୟ ଏବଂ ଗ୍ଲୋବାଲ ଉପôାଦ ମଧ୍ୟରେ ସେତୁ ସାଜିବ । ବ୍ରାଣ୍ଡ ଇଣ୍ଡିଆକୁ ବୈଶ୍ୱିକ ସ୍ୱୀକୃତି ଉପଲବ୍ଧ କରାଇବା ଦାୟିତ୍ୱ ଆମ ସମସ୍ତଙ୍କର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବସନ୍ତପୁର ଠାରେ ନିର୍ମାଣ ହେବାକୁ ଥିବା ଏହି କ୍ୟାମ୍ପସ୍ ଶିଳାନ୍ୟାସ ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁÂାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଇଆଇଏମ୍ ସମ୍ବଲପୁର ଓଡ଼ିଶା ତଥା ପଶ୍ଚିମ ଓଡ଼ିଶା ଆର୍ଥିକ ବିକାଶର ପେଣ୍ଠସ୍ଥଳୀ ହେବାର ସମ୍ଭାବନା ରଖୁଛି ବୋଲି ପ୍ରକାଶ କରିଛନ୍ତି । ୫ ବର୍ଷ ତଳେ ତ୍କ୍ରାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅନୁମୋଦନ କ୍ରମେ ବଜେଟ୍ରେ ଓଡ଼ିଶାର ଏହି ଶିକ୍ଷାନୁÂାନ ପ୍ରତିÂା କରିବାର ଘୋଷଣା କରିଥିଲେ । ସମ୍ବଲପୁରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ଆଜି ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ପୂର୍ବୋଦୟ ଦୂରଦୃଷ୍ଟିକୁ ଆଗକୁ ନେବାରେ ଆଇଆଇଏମ୍ ସମ୍ବଲପୁର ପ୍ରମୁଖ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ବରଗଡରେ ଇଥାନଲ୍ କାରଖାନା ପ୍ରତିÂା ହୋଇସାରିଥିବା ବେଳେ ଆଗକୁ ବଳକା ଚାଉଳରୁ ମଧ୍ୟ ଇଥାନଲ୍ ଉତ୍ପାଦନ ପାଇଁ ଯୋଜନା ରହିଛି । ଆଉ ଏହି ପ୍ରକଳ୍ପ ମଧ୍ୟ ବରଗଡରେ ହେବା ନେଇ ଶ୍ରୀ ପ୍ରଧାନ ପରୋକ୍ଷ ସୂଚନା ଦେଇଛନ୍ତି । ଏହାଛଡା ଆଇଆଇଏମ୍ ସମଗ୍ର ପଶ୍ଚିମ ଓଡ଼ିଶାର ବିକାଶର ପେଣ୍ଠସ୍ଥଳୀ ହେବା ସହ ଭାରତକୁ ଗବେଷଣା ଓ ନବ ଉନ୍ମେଷ କ୍ଷେତ୍ରରେ ଭାରତକୁ ବିଶ୍ୱର ନେତୃତ୍ୱ ଦେବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.