ଖପ୍ରାଖୋଲ,(ବି.ବି.ନୁ୍ୟଜ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶ÷ବପୀଠ ତଥା ତୀର୍ଥସ୍ଥଳ ହରିଶଙ୍କର ମନ୍ଦିରର ଦ୍ୱାର ଆଜି କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଛି । ଦୀର୍ଘ ୧୦ ମାସର ବ୍ୟବଧାନ ପରେ ହରି ଓ ହରଙ୍କ ଦର୍ଶନ ପାଇ ଭାବବିହ୍ୱଳ ହୋଇ ଉଠିଥିଲେ ଭକ୍ତ ।
କୋଭିଡ୍ ନିୟମ ଅନୁପାଳନ ସହ ଆଜି ମନ୍ଦିର କବାଟ ଖୋଲିବା କ୍ଷଣି ପୂର୍ବରୁ ପ୍ରତୀକ୍ଷା କରି ରହିଥିବା ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ନିୟମ ସବୁ ମାନି ମନ୍ଦିର ଭିତରକୁ ଯାଇ ଦର୍ଶନ ଲାଭ କରିଥିଲେ । ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତଙ୍କ ହାତ ସାନିଟାଇଜ କରାଯାଉଥିଲା । ସାମାଜିକ ଦୂରତା ଉପରେ ଧ୍ୟାନ ଦିଆଯାଇଥିଲା । ଭକ୍ତଙ୍କୁ ପ୍ରସାଦ ଦିଆଯାଉ ନଥିଲା । ପାର୍ସଲ ମାଧ୍ୟମରେ ଅନ୍ନଭୋଗ ପ୍ରଦାନ କରାଯାଉଥିଲା । ଏହାକୁ ଅନ୍ୟତ୍ର ନେଇ ବାହାରେ ସେମାନେ ସେବନ କରୁଥିଲେ । ମନ୍ଦିର ଖୋଲିବା ବେଳେ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପାଟଣାଗଡ଼ ଉପ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଖପ୍ରାଖୋଲ ବ୍ଲକ ଜିପିଓ ସୁଶାନ୍ତ ପାଣି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ପରଖିଥିଲେ ।
ପ୍ରଶାସନିକ କଟକଣା କୋହଳ ହେବା ପରେ ହରିଶଙ୍କରର ଅନେକ ସ୍ଥାନରେ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ବଣ ଭୋଜି କରୁଥିବାରୁ ମଧ୍ୟ ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ହରିଶଙ୍କର ଥାନା ପୁଲିସ ଏଏସଆଇ ସେବନ କେରକେଟାଙ୍କ ନେତୃତ୍ୱରେ ଏକ ଟିମ୍ ମୁତୟନ ଥିଲେ ।


Comments are closed, but trackbacks and pingbacks are open.