ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କେଶପୁର ନୂଆ ସାହିର କାର୍ତ୍ତିକ ସାହୁ । ପନôୀ ଆରତୀ ସାହୁ ଓ ୩ ବର୍ଷର ପୁଅ ପ୍ରଦେଶକୁ ନେଇ ତାଙ୍କ ସଂସାର । ବୃତ୍ତିରେ ଜଣେ ଦିନ ମଜୁରିଆ । କଷ୍ଟେମଷ୍ଟେ ଯାହା ଆୟ ହୁଏ, ସେଥିରେ ପରିବାର ସୁଖେଦୁଃଖେ ଚଳିଯାଉଥିଲା । ହେଲେ ୮ ମାସ ତଳେ ଜନ୍ମ ନେଇଥିଲା ଆଉ ଏକ ପୁତ୍ର ରାଜେଶ । ଗୋଟିଏ ପୁଅ ଥିବା ବେଳେ ଆଉ ଗୋଟିଏ ପୁଅ ଜନ୍ମ ନେବାରୁ ଆରତୀ ଓ କାର୍ତ୍ତିକ ଖୁସି ହୋଇ ଯାଇଥିଲେ । ତେବେ ସେହି ଖୁସି ଯେ ଅଳ୍ପ ଦିନର ତାହା ଜାଣି ନଥିଲେ ସେମାନେ । ଯେମିତି ରାଜେଶର ବୟସ ବଢିଲା ତାସହ ସ୍ୱାସ୍ଥ୍ୟ ସମସ୍ୟା ବଢି ଚାଲିଲା । ବାପା ମାଆ ରାଜେଶକୁ ଖଲ୍ଲିକୋଟ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସା କରିବା ପରେ ତାର ହୃଦୟରେ ଛିଦ୍ର ଥିବା ଜଣାପଡିଥିଲା । ଏହା ଜାଣି ବାପା ମାଆଙ୍କ ଖୁସିଟିକକ ଉଭେଇ ଯାଇଥିଲା । ଘରୋଇ ହସ୍ପିଟାଲ୍ରେ ଡାକ୍ତର ଅପରେସନ୍ ପାଇଁ ପରାମର୍ଶ ଦେବା ସହ ସେଥିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ।
ଏହା ଶୁଣି ଚିନ୍ତାରେ ପଡ଼ିଯାଇଛନ୍ତି ଆରତୀ ଓ କାର୍ତ୍ତିକ । ଏତେ ଟଙ୍କା କେଉଁଠୁ ଆଣିବେ, ପୁଅର ଅସ୍ତେ୍ରାପଚାର କିଭଳି ହେବ ଏ ନେଇ କଣ କରିବେ କିଛି ବୁଝି ପାରୁନାହାନ୍ତି କାର୍ତ୍ତିକ । ସରକାର କିମ୍ବା କୌଣସି ଅନୁÂାନ, ସହୃଦୟ ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଲେ ତାଙ୍କ ଶିଶୁପୁତ୍ରର ଜୀବନ ବଞ୍ଚିଯାଆନ୍ତା ବୋଲି ସେମାନେ ଆଶା ବାନ୍ଧି ରହିଛନ୍ତି । ଏ ନେଇ ସହାୟତା ଯୋଗାଇଦେବାକୁ ବାପା ମାଆ ଆକୁଳ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.