କୋରାପୁଟ,(ବି.ବି.ନୁ୍ୟଜ): ଜିଲ୍ଲାପାଳଙ୍କ ନାଁରେ ଚାନ୍ଦା ଆଦାୟ ଓ ବଭିନ୍ନ ଘଟଣାରେ ବିବାଦୀୟ ହୋଇପଡିଥିବା ଲକ୍ଷ୍ମୀପୁର ବିଡ଼ିଓ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଆଜି ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଛନ୍ତି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଡିଓଙ୍କ ବରଖାସ୍ତ ନେଇ ଚିଠି ଜାରି କରାଯାଇଛି । ପିପିଲିରେ ଅତିରିକ୍ତ ତହସିଲଦାର ଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କୁ ୨୦୦୬ ସେପ୍ଟେମ୍ବର ୫ ତାରିଖ ମାମଲାରେ ୨୦୦୯ ନଭେମ୍ବର ୯ ତାରିଖରେ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏହି ମାମଲାରେ ଶ୍ରୀ ପଟ୍ଟନାୟକଙ୍କୁ ଶୁକ୍ରବାର ରାଜ୍ୟ ସରକାର ଚାକିରିରୁ ବହିଷ୍କାର କରିଛନ୍ତି । ସୂଚନା ଥାଉକି ଲକ୍ଷ୍ମୀପୁର ବିଡ଼ିଓ ଶ୍ରୀ ପଟ୍ଟନାୟକ ଗତ କିଛିଦିନ ହେଲା ବିଭିନ୍ନ ଘଟଣାକୁ ନେଇ ବିବାଦୀୟ ହୋଇପଡିଥିଲେ । ଦଶହରା ସମୟରେ ଜିଲ୍ଲାପାଳଙ୍କ ନାଁରେ ପିଇଓଙ୍କ ଠାରୁ ଚାନ୍ଦା ମାଗିମା ହେଉ କି ମହିଳାଯନ୍ତ୍ରୀଙ୍କୁ ଅସହଯୋଗ କରିବା ଘଟଣାକୁ ନେଇ ସେ ବିବାଦୀୟ ହୋଇପଡିଥିଲେ ।
Comments are closed, but trackbacks and pingbacks are open.