ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ପ୍ରତୀକ୍ଷିତ ବିଶ୍ୱର ସର୍ବବୃହତ କୋଭିଡ୍ ଟିକାକରଣ ମହାଭିଯାନ ଶନିବାର ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧୩ ହଜାର ୯୮୦ ଜଣଙ୍କୁ ଦିଆଯାଇଛି କରୋନା କବଚ । ପୂର୍ବାହ୍ନ ୧୧ଟା ୫ରୁ ସନ୍ଧ୍ୟା ୭ଟା ଯାଏ ଟିକାକରଣ ଚାଲିଥିଲା । ଧାର୍ଯ୍ୟ ଲକ୍ଷ୍ୟ (୧୬,୧୦୦)ର ୮୪ଧଙ୍କୁ ଟିକା ଦିଆ ଯାଇଛି । ୩୦ ଜିଲ୍ଲାର ୧୬୧ କେନ୍ଦ୍ରରେ ଟିକା ନେଇଛନ୍ତି ପ୍ରଥମ ଧାଡ଼ିର କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟକର୍ମୀ/ଡାକ୍ତର/ସଫେଇ କର୍ମଚାରୀ । ଟିକା ନେବା ପରେ ମାତ୍ର ୩ ଜଣଙ୍କଠାରେ ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନଙ୍କୁ ଏଇଏଫ୍ଆଇ କିଟ୍ରେ ଥିବା ଜରୁରି ଔଷଧ ଦିଆଯାଇଛି । ରାଜ୍ୟରେ କେବଳ ୭ ଜିଲ୍ଲାରେ ୧୦୦ ପ୍ରତିଶତ ଟିକାକରଣ ହୋଇଛି ।
ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଟିକାକାରଣ ପ୍ରକ୍ରିୟା । ପୂର୍ବରୁ କୋଲ୍ଡଚେନ୍ ବାକ୍ସରେ ଆସିଥିଲା ଟିକା । ଟିକାକରଣ କେନ୍ଦ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିଲା । କ’ଣ ଏ ସଞ୍ଜୀବନୀ? ଟିକା ନେଇ କାହାର ସମସ୍ୟା ହେବନି ତ? ଏମିତି ଆଶଙ୍କା ଭିତରେ ଆରମ୍ଭ ହୋଇଥିଲା ଟିକାଦାନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓକନ୍ଫରେନ୍ସିଂରେ ଟିକାଦାନ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ଏହାପରେ ସବୁ ରାଜ୍ୟରେ ଆରମ୍ଭ ହୋଇଯାଇଥିଲା କରୋନା ଲଢେଇର ଶେଷ ଯୁଦ୍ଧ ।
ସମୟ ୧୧ଟା ୫ଟା ହେବ । ଓଡ଼ିଶାରେ ଆରମ୍ଭ ହୋଇଥିଲା ଟିକାଦାନ । ପ୍ରଥମ ଟିକା ନେଇଥିଲେ କ୍ୟାପିଟାଲ ହସ୍ପିଟାଲର ଚତୁର୍ଥ ଶ୍ରେଣୀ (ସଫେଇ) କର୍ମଚାରୀ ବିରଞ୍ଚି ନାୟକ । ଏହାପରେ ନିଜେ କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଥିଲେ । ତୃତୀୟରେ ଆଉ ଜଣେ ଡାକ୍ତର ଟିକା ନେଇଛନ୍ତି ।
ଅନୁଗୁଳରେ ୨ ଟି କେନ୍ଦ୍ରରେ ୨୦୪ ଜଣରୁ ୨୦୪ ଜଣ ଟିକା ନେଇଛନ୍ତି । ବାଲେଶ୍ୱରରେ ୫୦୩ ରୁ ୫୦୩, କନ୍ଧମାଳରେ ୫୦୦ରୁ ୫୦୦, କୋରାପୁଟରେ ୫୨୫ରୁ ୫୨୫ ଜଣ ଟିକା ନେଇଛନ୍ତି । ବୌଦ୍ଧରେ ୩୦୭ରୁ ୩୦୭, କେନ୍ଦ୍ରାପଡ଼ାରେ ୬ଶହରୁ ୬ଶହ, ସୋନପୁରରେ ଦୁଇ ଶହରୁ ଦୁଇଶହ ଜଣ ଟିକା ନେଇଛନ୍ତି । ଏହି ୭ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି ।
ଖୋର୍ଦ୍ଧାରେ ୮୧ ପ୍ରତିଶତ ଟିକା ନେଇଛନ୍ତି । କଟକ ଏସସିବିରେ ଶହେ ପ୍ରତିଶତ ଟିକାକରଣ ହୋଇଛି । ଭୁବନେଶ୍ୱରରେ ୬ କେନ୍ଦ୍ରରେ ୬୧୨ ଜଣ ଟିକା ନେଇଛନ୍ତି । ରାଜଧାନୀରେ ଶତ ପ୍ରତିଶତରୁ ଅଧିକ ଟିକାଦାନ ହୋଇଛି ।
ରାଜ୍ୟରେ ପ୍ରଥମ ଟିକା ନେଇଥିବା କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ବିରଞ୍ଚି ନାଏକ ଗଣମାଧ୍ୟମକୁ କହିଛନ୍ତି, ମହାମାରୀ କରୋନା ସମୟରେ ମୁଁ ଭୟରେ କାମ କରୁଥିଲି । ଏବେ କରୋନା ଟିକା ଆସିବା ପରେ ସବୁ ଭୟ ଦୂର ହୋଇଯାଇଛି । ଟିକା ନେବା ପରେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ବହୁଦିନ ହେଲା ମୁଁ ଟିକା ଅପେକ୍ଷାରେ ଥିଲି । ଟିକା ନେଇଥିବାରୁ ମୁଁ ବହୁତ ଖୁସି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆଜି ଟିକା ନେବା ପରେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ । ସମସ୍ତେ ଆଗକୁ ଆସି ଟିକା ନେବା ଦରକାର । ସଫେଇ କରୁଥିବା କର୍ମଚାରୀମାନେ ଆଗକୁ ଆସିବା ଦରକାର । ସଫେଇ କର୍ମଚାରୀଙ୍କ ଜରିଆରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ନିଜ ପରିବାର ଓ ସମାଜ ପାଇଁ ଆମକୁ ପ୍ରଥମେ ଆଗକୁ ଆସିବାକୁ ହେବ । ଆଉ ଟିକା ନେବାକୁ ହେବ । ଟିଟାନସ୍ ନେଲା ବେଳେ ଯେମିତି ପିମ୍ପୁଡ଼ି କାମୁଡ଼ିଲା ଭଳି ଲାଗେ, ମୋତେ ସେମିତି ଲାଗିଲା ।
ପ୍ରଥମ ଦିନ ଆଜି ଟିକା ନେଇଥିବା ବରିÂ ଡାକ୍ତର (ଅଧିକାରୀ)ଙ୍କ ମଧ୍ୟରେ ରହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ ମହାପାତ୍ର, ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତି, ଏମ୍ସ ଭୁବନେଶ୍ୱର ନିଦେ୍ର୍ଧଶକ ପ୍ରଫେସର ଗୀତାଞ୍ଜଳି ବାତ୍ମାନବାନେ, ଅତିରିକ୍ତ ଡିଏମ୍ଇଟି ପ୍ରଫେସର ଉମାକାନ୍ତ ଶତପଥୀ, କିମ୍ସ ନିଦେ୍ର୍ଧଶକ ଡାକ୍ତର ପ୍ରଦୀପ କୁମାର ପଟ୍ଟନାୟକ, ଏସ୍ସିବି ମେଡିସିନ୍ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା, ଯକ୍ଷ୍ମା ଓ ଛାତି ରୋଗ ବିଭାଗର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ଓ କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।
ଟିକାକରଣ ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଆଜି ସବୁଠୁ ବଡ଼ ଖୁସିର ଦିନ । ଆଜିଠୁ କୋଭିଡ୍ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଲଢେ଼ଇ ଆରମ୍ଭ ହୋଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଟିକା ନେବେ । ରବିବାର ଟିକାଦାନ ବନ୍ଦ ରହିବ । ଓଡ଼ିଶାରେ କେଉଁଠି ବି ଟିକାଦାନ ହେବନି । ଆଜି ଟିକାନେବା ପରେ ଆସନ୍ତାକାଲି ଅବଜରଭେସନ୍ କରାଯିବ । ତେବେ ସୋମବାରଠୁ ନିୟମିତ ପର୍ଯ୍ୟାୟକ୍ରମେ ଟିକାଦାନ ଚାଲିବ । ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ଯର୍୍ୟାୟ ଟିକାଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏଥିରେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ରହିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଟିକା ଆସିଛି, ଏଥିରେ ୧ ଲକ୍ଷ ୯୨ ହଜାରଙ୍କୁ ଟିକା ଦିଆଯାଇ ପାରିବ । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ବଳକା ଟିକା ଖୁବ୍ଶୀଘ୍ର ରାଜ୍ୟକୁ ଆସିଯିବ ।
ସ୍ୱାସ୍ଥ୍ୟକର୍ମୀମାନେ କରୋନା ଯୁଦ୍ଧରେ ସବୁଠୁ ଆଗରେ ରହି ଲଢେ଼ଇ କରିଥିଲେ । ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଗଲା । ଅଗଧାଡ଼ିର ଯୋଦ୍ଧା ପୁଲିସ, ଅଗ୍ନିଶମ କର୍ମଚାରୀ ଓ ତୃତୀୟ ପର୍ଯ୍ୟାୟରେ ମୁ୍ୟନିସିପାଲ, ଏନ୍ଏସିର ଏକଜିକୁ୍ୟଟିଭ୍ ଅଧିକାରୀ, ରେଭେନୁ୍ୟ ବିଭାଗ ଅଧିକାରୀଙ୍କୁ ଟିକା ଦିଆଯିବ । ୨୫ ତାରିଖ ସୁଦ୍ଧା କୋ ୱିନ୍ ପୋର୍ଟାଲ୍ରେ ସେମାନଙ୍କ ନାମ ପଞ୍ଜୀକରଣ କରାଯିବ । ଚତୁର୍ଥ ପର୍ଯ୍ୟାରେ ୬୦ ବର୍ଷ ବୟସରୁ ଅଧିକ ଓ ଜଟିଳ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଆଜି ଟିକା ନେଇଥିବା ବ୍ୟକ୍ତିଙ୍କୁ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦେବାକୁ ଏସ୍ଏମ୍ଏସ୍ ଯିବ । ଏହାର ୧୪ ଦିନ ପରେ ଯାଇ ଶରୀରରେ ଆଣ୍ଟିବଡି ତିଆରି ହେବ । ପ୍ରଥମ ଡୋଜ୍ ନେଇଥିବା ସ୍ଥାନରେ ହିଁ ଦ୍ୱିତୀୟ ଡୋଜ୍ ନେବେ ।
ଟିକା ନେବା ପରେ କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ହସ୍ପିଟାଲର ପ୍ରଥମ ଅଫିସର ଭାବେ ଟିକା ନେଇଛି । କୌଣସି ପାଶ୍ୱର୍ ପ୍ରତିକ୍ରିୟା ମୋ ଦେହରେ ଦେଖାଯାଇନି । ମୁଁ ସୁସ୍ଥ ଅଛି । ସମସ୍ତଙ୍କୁ ଅନୁରୋଧ କରୁଛି, ସ୍ୱାସ୍ଥ୍ୟକର୍ମୀ ଭାଇ ଭଉଣୀମାନେ ଆଗକୁ ଆସି ଟିକା ନିଅନ୍ତୁ । କୌଣସି ଗୁଜବରେ ବିଶ୍ୱାସ କରନ୍ତୁନି । ଟିକା ହିଁ ଆମର ଜୀବନ ରକ୍ଷାକାରୀ । ଟିକାର ବୈଜ୍ଞାନିକ ଗୁଣ ବିଷୟରେ ଜାଣିଛି । ତେଣୁ ଆଗକୁ ଆସି ମୁଁ ପ୍ରଥମେ ଟିକା ନେଇଛି ।
କ୍ୟାପିଟାଲ ହସ୍ପିଟାଲ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ବେଳେ ସ୍ୱାସ୍ଥ୍ୟ ବିଭାଗ ଅତିିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ, କ୍ୟାପିଟାଲ ହସ୍ପିଟାଲ ଉପଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂରେ ହିତାଧିକାରୀଙ୍କ ସହ କଥା ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ୫’ଟି ସଚିବ ଭି କେ ପାଣ୍ଡିଆନ୍, ସୁନ୍ଦରଗଡ଼ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପଳ, ବିଏମ୍ସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.