ରାଉରକେଲା,(ବି.ବି.ନୁ୍ୟଜ): ୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଖେଳା ଯିବ । ଏଥି ପାଇଁ ରାଉରକେଲାର ବିପିୟୁଟି ପରିସର ମଧ୍ୟରେ ଦେଶର ସବୁଠୁ ବଡ଼ ଷ୍ଟାଡିୟମ୍ ଲାଗି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଥିବା ବେଳେ ତାଙ୍କ ନିଦେ୍ର୍ଧଶ କ୍ରମେ ଆଜି ଏକ ଉଚ୍ଚସ୍ତରୀୟ କମିଟି ରାଉରକେଲା ଗସ୍ତରେ ଆସିଥିଲେ । ଏହି କମିଟିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ ଡ. କିଶନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନେଲ କି୍ରଷ୍ଣନ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ କୁମାର ତ୍ରିପାଠୀ ଅଛନ୍ତି । ଏପ୍ରିଲରୁ ବିପିୟୁଟି ପରିସରରେ ନୂତନ ଷ୍ଟାଡିୟମ କାମ ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏକ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଉଚ୍ଚସ୍ତରୀୟ କମିଟି ରାଉରକେଲା ବିମାନ ବନ୍ଦରରେ ଅପରାହ୍ନ ୩ଟା ସମୟରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ଏହି ଉଚ୍ଚସ୍ତରୀୟ କମିଟିକୁ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ, ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ଆରଏସ୍ପି ସିଇଓ ଦୀପକ ଚ;ରାଜ, ପଶ୍ଚିମାଞ୍ଚଳ ଆଇଜି କବିତା ଜଲାନ, ରାଉରକେଲା ଏସ୍ପି ମୁକେଶ କୁମାର ଭାମୋ ସ୍ୱାଗତ କରିଥିଲେ । ଉଚ୍ଚସ୍ତରୀୟ କମିଟି ସେଠାରୁ ବିପିୟୁଟି ପରିସରକୁ ଯାଇଥିଲେ । ବିପିୟୁଟି ପରିସରରେ ଷ୍ଟାଡିୟମ ନିର୍ମାଣ ଲାଗି ପ୍ରସ୍ତୁତ ହୋଇଥିବା ମ୍ୟାପ୍ ଦେଖିବା ପରେ ତାର ସମୀକ୍ଷା କରିଥିଲେ ।
ଏହା ପରେ ବିମାନ ବନ୍ଦରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ଏହି ଉଚ୍ଚସ୍ତରୀୟ କମିଟି ଆସି ନିର୍ମାଣ ହେବାକୁ ଥିବା ନୂତନ ଷ୍ଟାଡିୟମ୍ର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ପ୍ରାୟ ୧୦ରୁ ୧୫ ଏକର ଜମିରେ ଏହି ଷ୍ଟାଡିୟମ, ପାର୍କିଂ ସ୍ଥାନ, ଖେଳାଳିମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ଏହି ଷ୍ଟାଡିୟମ ଦେଶର ଏକ ନମ୍ବର ତଥା ବିଶ୍ୱସ୍ତରୀୟ ହେବ । ଆସନ୍ତା ଏପ୍ରିଲରୁ କାମ ଆରମ୍ଭ ହେବ ଏବଂ ଆସନ୍ତା ୧ ବର୍ଷ ମଧ୍ୟରେ କାମ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ହକିର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ହେବା ସହ ଆହୁରି ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବେ ବୋଲି ସେ କହିଥିଲେ ।
Comments are closed, but trackbacks and pingbacks are open.