ନିଯୁକ୍ତି ପାଇବେ ଦୁଇ ହଜାର ଡାକ୍ତର, ବଢ଼ିବ ଭିତ୍ତିଭୂମି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ସୁଦୃଢ଼ ହେବ ସ୍ୱାସ୍ଥ୍ୟ ଭିତ୍ତିଭୂମି । ରାଜ୍ୟବାସୀଙ୍କୁ ମିଳିବ ଅତ୍ୟାଧୁନିକ ଓ ଗୁଣାତ୍ମକ ଚିକିତ୍ସା ସେବା । ଏଥିପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଥିବା ସମସ୍ୟା ଦୂର କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା । ରାଜ୍ୟରେ ଖୁବ୍ଶୀଘ୍ର ୨ ହଜାର ଡାକ୍ତର ଓ ଦନ୍ତ ଡାକ୍ତର ନିଯୁକ୍ତ ପାଇବେ । ଏଥିପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ଜଣାପଡ଼ିଛି ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ ନେଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ନୂଆ କରି ଗଢ଼ି ଉଠିଥିବା ମେଡିକାଲ କଲେଜର ଭିତ୍ତିଭୂମିର ବିକାଶ ନେଇ ଆଲୋଚନା ହୋଇଥିଲା । ଏହାଛଡ଼ା ୫ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୬ ମୁଖ୍ୟ ଚିକିତ୍ସାଳୟର ଉନ୍ନତୀକରଣ ସଂପର୍କରେ ମଧ୍ୟ ସମୀକ୍ଷା ହୋଇଥିଲା । ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ୨ ହଜାର ଡାକ୍ତର ପଦବି ପୂରଣ ନେଇ ଓପିଏସ୍ସି ଶୀଘ୍ର ବିଜ୍ଞାପନ ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ସେହିଭଳି ଝାରସୁଗୁଡ଼ାରେ ହୃଦରୋଗ ଡାକ୍ତରଖାନା, କଟକ ଶିଶୁ ଭବନରେ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମଲ୍ଟି ୟୁଟିଲିିଟି କଂପ୍ଲେକ୍ସ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଲିନାକ୍ ବ୍ଲକ, କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତାବିତ ପିଜିଆଇର କାମ ଆରମ୍ଭ କରିବା ଏବଂ ବରଗଡ଼ କ୍ୟାନସର ହସପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହିସବୁ ପ୍ରକଳ୍ପର କାମ ଧାର୍ଯ୍ୟ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଆନୁଷଙ୍ଗିକ ବିଭାଗଗୁଡ଼ିକ ସମନ୍ୱୟ ରକ୍ଷା କରି ସେମାନଙ୍କ ଦାୟିତ୍ୱକୁ ନିÂାର ସହ ତୁଲାଇବା ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍ତି ।
ଆଗକୁ ଖୋଲିବାକୁ ଥିବା ମେଡିକାଲ କଲେଜଗୁଡ଼ିକର ଅଧ୍ୟାପକ ପଦବି ପୂରଣ ସହ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ପଦ ପୂରଣ ସହ ଚିକିତ୍ସା ଉପକରଣ ନେଇ ବୈଠକରେ ଆଲୋଚନା ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକରୁ ଅଧିକ ସାଧାରଣ ଲୋକ ଯେପରି ସୁବିଧା ପାଇପାରିବେ, ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।
ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପୂର୍ତ୍ତ ସଚିବ କ୍ରିଷନ କୁମାର ଭିତ୍ତିଭୂମି ବିକାଶ ସଂପର୍କରେ ଉପସ୍ଥାପନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons