ବାଇକ୍ ଧକ୍କାରେ ୩ ଆହତ

Get real time updates directly on you device, subscribe now.

ଝରିଗାଁ,(ବି.ବି.ନୁ୍ୟଜ): ଝରିଗାଁ ଥାନା ଚିକିଲି ଗାଁ ନିକଟରେ ସୋମବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟର ଝରିଗାଁର ମନ୍ମଥ ଓ ଛତିଶଗଡର ପରମାନନ୍ଦ ଧରୁଆ(୩୦), ବସନ୍ତ ଅଟି(୪୫) ରହିଛନ୍ତି । ପରମାନନ୍ଦ ଓ ବସନ୍ତଙ୍କ ଅବସ୍ଥା ଗମ୍ଭୀର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଅପରାହ୍ଣ ୫ ଟାରେ ମନ୍ମଥ ଏକ ବାଇକ୍(ଓଡି-୧୦-୫୨୧୮)ରେ ଧୁମାମ୍ ଗାଁକୁ ଯାଉଥିଲେ । ବିପରୀତ ଦିଗରୁ ଛତିଶଗଡରୁ ଭଣଜାର ଏକୋଇସିଆ ଭୋଜିରେ ଯୋଗ ଦେବାକୁ ବସନ୍ତ ଓ ପରମାନନ୍ଦ ଅନ୍ୟ ଏକ ବାଇକ୍(ସିିଜି-୨୩ଏଫ୍-୫୪୭୦)ରେ ଆସୁଥିଲେ । ଚିକିଲି ଗାଁ ନିକଟରେ ଉଭୟଙ୍କ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପ୍ରଥମ ଝରିଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ଝରିଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons