ଡାମନ୍ ମିସେସ୍ ଇଣ୍ଡିଆ ଟାଇଟଲ୍ ଜିତିଲେ ନବଦୀପ୍

Get real time updates directly on you device, subscribe now.

ରାଜଗାଙ୍ଗପୁର,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବିଲେଇଗଡ଼ର ନବଦୀପ କୌର ଡାମନ୍ରେ ଆୟୋଜିତ ମିସେସ୍ ଇଣ୍ଡିଆ ଟାଇଟେଲ୍ ଜିତିଛନ୍ତି ।
ଗତ ୨୩ ତାରିଖରେ ଡାମନରେ ଆୟୋଜିତ ଜାତୀୟସ୍ତରୀୟ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଲେଇଗଡ଼ର ବୋହୂ ନବଦୀପ ଡାମନ’ମିସେସ ଇଣ୍ଡିଆ ୨୦-୨୧’ ଟାଇଟଲକୁ ନିଜ ନାଁରେ କରି ଓଡ଼ିଶା ତଥା ସୁନ୍ଦରଗଡ଼ ଜିଲ୍ଲାର ମାନ ବଢ଼ାଇଛନ୍ତି ।
ଆଜି ସେ ବିଲେଇଗଡ଼ସ୍ଥିତ ନିଜ ଘରକୁ ଫେରିଥିଲେ । ତାଙ୍କୁ ସ୍ଥାନୀୟ ବିଧାୟକ ଡା. ସିଏସ୍ ରାଜନ ଏକ୍କା ଶୁଭେଚ୍ଛା ଜଣାଇଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ବାଜା ବଜାଇ ମିଠା ବାଣ୍ଟି ନବଦୀପଙ୍କୁ ସ୍ୱାଗତ କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ଲୋକେ ତାଙ୍କ ଝଲକ ପାଇବା ପାଇଁ ଅପେକ୍ଷା କରିଥିଲେ । ସାଙ୍ଗସାଥୀ ଓ ପରିବାର ଲୋକଙ୍କ ପ୍ରୋତ୍ସାହନ ପାଇଁ ସେ ଏହି ଫ୍ୟାସନ୍ ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହ ଦେଖାଇଥିଲେ । ବାପା-ମା, ଶାଶୂ, ସ୍ୱାମୀଙ୍କ ଆଶୀର୍ବାଦ ଓ ସହଯୋଗରେ ସେ ମିସେସ ଇଣ୍ଡିଆ ୨୦-୨୧ର ତାଜ ହାସିଲ କରିପାରିଥିବା କହିଛନ୍ତି । ଆଗମୀ ଦିନରେ ହେବାକୁ ଥିବା ମିସେସ୍ ୱାର୍ଲଡ଼ ପ୍ରତିଯୋଗିତା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିବେ । ରାଉରକେଲାରେ ଜନ୍ମିତ ନବଦୀପଙ୍କ ପିତାଙ୍କର ହୋଟେଲ ବ୍ୟବସାୟ ରହିଛି । ସେ କାଂଶବାହାଲ ନିକଟସ୍ଥ ବିଲେଇଗଡ଼ ଗାଁର ଶିଳ୍ପପତି ନବଜିତ ସିଂଙ୍କୁ ବିବାହ କରିଛନ୍ତି । ନବଦୀପ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ସେ ୪ବର୍ଷର କନ୍ୟା ସନ୍ତାନର ଜନନୀ । ସେ ଏହି ସଫଳତାର ସମସ୍ତ ଶ୍ରେୟ ପରିବାରକୁ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons