ନାବାଳିକା ବଳାକ୍ରାରୀକୁ ୧୦ ବର୍ଷ ଜେଲ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ନାବାଳିକାକୁ ଅପହରଣ ଓ ବଳାକ୍ରାର ମାମଲାର ବିଚାର କରି ଭଦ୍ରକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତୀ ସାହା ଦୋଷୀକୁ ୧୦ ବର୍ଷ କାରାଦଣ୍ଡାଦେଶ ଓ ୪୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଆସାମୀ ହେଉଛନ୍ତି ତିହିଡ଼ି ଥାନା ବାଲିଚତୁରି ଗ୍ରାମର ଅଭିମନୁ୍ୟ ମଲିକଙ୍କ ପୁତ୍ର ନବଘନ(୩୩) । ଦୋଷୀ ବିରୋଧରେ ୩୬୬(କ) ଦଫାରେ ୫ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା, ୩୬୩ ଦଫାରେ ୫ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା, ୩୭୬(୨)ରେ ୧୦ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା, ଏବଂ ପୋକ୍ସୋ ଆଇନର ଦଫା ୪ରେ ୫ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି । ସମସ୍ତ ଦଫାରେ ଦୋଷୀକୁ ୪୦ ହଜାର ଟଙ୍କାର ଜରିମାନା ଓ ସର୍ବୋଚ୍ଚ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି ।
ସୂଚନା ଅନୁଯାୟୀ, ୨୦୧୭ ମସିହା ଜୁଲାଇ ୧ରେ କାଁପଡ଼ା ଦକ୍ଷିଣପାରି ଗାଁର ଅଖାଲୁ ଦାସ ଓ ତାଙ୍କ ପନôୀ ଏକ ଉତ୍ସବରେ ଯୋଗଦେବାକୁ ଯାଇଥଲେ । ଏହାର ସୁଯୋଗ ନେଇ ନବଘନ ତାଙ୍କ ନାବାଳିକା କନ୍ୟାକୁ ବଳପୂର୍ବକ ଅପହରଣ କରିନେଇଥିଲା । ସେ ନାବାଳିକା ସହ ଭଦ୍ରକରୁ ରେଳ ଯୋଗେ ହାଇଦ୍ରାବାଦ ପଳାଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ତା’ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା । କିନ୍ତୁ ୭ ଦିନ ପରେ ନାବାଳିକାକୁ ସେ ଭଦ୍ରକ ଆଣି ଷ୍ଟେସନରେ ଛାଡ଼ି କୁଆଡେ଼ ପଳାଇଥିଲା । ପୀଡ଼ିତା ନାବାଳିକା ଘରକୁ ଫେରି ସବୁ କଥା କହିଥିଲା । ନିଜ ବାପା ଓ ମା’ଙ୍କ ସହ ନବଘନ ଘରେ ପହଞ୍ଚି ସମସ୍ତ କଥା କହିବା ସହ ତାକୁ ବୋହୂ ଭାବେ ଗ୍ରହଣ କରି ନେବାକୁ ଅନୁରୋଧ କରିଥିଲା । କିନ୍ତୁ ନବଘନ ପରିବାର ଲୋକେ ତାକୁ ଧମକ ଦେଇ ଘରୁ ବିଦା କରି ଦେଇଥିଲେ । ତେଣୁ ବାଧ୍ୟ ହୋଇ ପୀଡ଼ିତା ତିହିଡ଼ି ଥାନାରେ ପହଞ୍ଚି ୧୭ ତାରିଖରେ ଅଭିଯୋଗପତ୍ର ଦାଖଲ କରିଥିଲା । ପୁଲିସ କେସ ନମ୍ବର ୨୬୦/୧୭ ମୂଳେ ଏକ ମାମଲା ରୁଜ୍ଜୁ କରି ନବଘନକୁ ଗିରଫ କରିଥିଲା । ଏହି ମାମଲା ସ୍ପେଶାଲ କେସ ନମ୍ବର ୭୩/୧୩ରେ ବିଚାରାଧୀନ ଥିଲା । ସେହି ଦିନଠାରୁ ନବଘନ ବିଚାରାଧୀନ ବନ୍ଦୀ ଭାବେ ଭଦ୍ରକ ଜେଲରେ ଥିବା ବେଳେ ଆଜି ମାମଲାର ରାୟ ପ୍ରକାଶ ପାଇଛି । ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ମନୋରଂଜନ ଦାସ ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons