ଇନ୍ଧନ ଇଥାନଲ୍ର ସ୍ଥାନୀୟ ଯୋଗାଣରେ ବୌଦ୍ଧ ଜିଲ୍ଲା ରାଜ୍ୟରେ ପ୍ରଥମ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ): ବୌଦ୍ଧ ଡେଷ୍ଟିଲାରୀ ଶସ୍ୟଭିତ୍ତିକ ଇଥାନଲ୍ ପ୍ଲାଣ୍ଟ (ଆଇଓସିଏଲ୍ ଅଧୀନ)ର ପ୍ରଥମ ଉପôାଦନ ଝାରସୁଗୁଡାକୁ ପଠାଯାଇ ଏହାର ସ୍ଥାନୀୟ ଯୋଗାଣ ଶୁଭାରମ୍ଭ କରାଯାଇଛି । ପେଟ୍ରୋଲରେ ମିଶ୍ରଣ ପାଇଁ (ଆଇଓସିଏଲ୍)କୁ ଇଥାନଲ୍ ଯୋଗାଣ କରି କମ୍ପାନି ଉଭୟ ପରିବେଶ ଓ ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାରେ ବୌଦ୍ଧ ୟୁନିଟ ରାଜ୍ୟରେ ପ୍ରଥମ । କମ୍ପାନି ମୁଖ୍ୟ ପରିଚାଳନା ଅଧିକାରୀ ପ୍ରେମ୍ କନୋଜିଆ, ୟୁନିଟ୍ ହେଡ୍ ସଂଜୟ ରାଠି ଓ ଗୁଣବତ୍ତା ଅଧିକାରୀ ଶରତ ସିଏସ୍ ଇଥାନଲ ଯୋଗାଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପ୍ରଥମ ସପ୍ଲାଇରେ କମ୍ପାନି ଶୁକ୍ରବାର ପେଟ୍ରୋଲରେ ମିଶ୍ରଣ ପାଇଁ ୨୫ ହଜାର ଲିଟର ଏଥାନଲ୍ ଆଇଓସିଏଲ୍କୁ ପଠାଇଛି । ପ୍ରାରମ୍ଭିକ ସ୍ତରରେ କମ୍ପାନିର କାର୍ଯ୍ୟକ୍ଷମ ୟୁନିଟର ଉତ୍ପାଦନ କ୍ଷମତା ଦୈନିକ ୧୫ ହଜାର ଲିଟର ଥିବା ବେଳେ ଆଗକୁ ଏହି ଉତ୍ପାଦନ କ୍ଷମତାକୁ ଦିନପ୍ରତି ୪୦ ହଜାରରୁ ୬୦ ହଜାର ଲିଟରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ବୌଦ୍ଧ ଡେଷ୍ଟିଲାରୀ ସିଓଓ ଶ୍ରୀ କନୋଜିଆ କହିଥିଲେ, “ଏହା ଏକ ମହତ ଉଦେ୍ଧଶ୍ୟ ଦିଗରେ ବିନମ୍ର ଆରମ୍ଭ । ସରକାରଙ୍କ ଏହି ବିପ୍ଲବାତ୍ମକ ପଦକ୍ଷେପର ଅଂଶ ହେବା ଗର୍ବର ବିଷୟ । ଏହା କାର୍ବନ ବିକିରଣ କମ୍ କରିବା ସହ ପେଟ୍ରୋଲ ଆମଦାନି ଖର୍ଚ୍ଚକମ୍ କରି ଅର୍ଥନୀତି ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ ।
ସୂଚନାଯୋଗ୍ୟ ୨୦୨୨ ସୁଧା ସରକାର ୧୦ ପ୍ରତିଶତ ଇଥାନଲ୍ ଅର୍ଥାତ ୪୦୦ କୋଟି ଲିଟର ମିଶ୍ରଣ ଲକ୍ଷ ଧାର୍ଯ୍ୟ କରିଛନ୍ତି । ୨୦୨୫ ସୁଧା ଏହା ଦ୍ୱିକୁଣିତ କରିବା ଳକ୍ଷ୍ୟ ରଖାଯାଇଛି । ପ୍ରଥମ ସୋପାନରେ ଇଥାନଲ୍ ଉତ୍ପାଦନ କ୍ଷମତା ଦୈନିକ ୧୫ ହଜାର ଲିଟର ଥିବା ବେଳେ ନିକଟ ଭବିଷ୍ୟତରେ ଏହି କ୍ଷମତାକୁ ୪୦ରୁ ୬୦ ହଜାର ଲିଟରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଏହି ପ୍ଲାଣ୍ଟ ବ୍ୟତୀତ ଏହି ଡେଷ୍ଟିଲାରି ପରିସରରେ ପୂର୍ବରୁ ଦିନପ୍ରତି ୬୦ ହଜାର ଲିଟର ଏକ୍ସଷ୍ଟ୍ରା ନିୟୁଟ୍ରାଲ୍ ଆଲ୍କୋହଲ୍ ୟୁନିଟ ଓ ୨.୫ ମେଗାୱାଟ ପାୱାର ପ୍ଲାଣ୍ଟ ୨୦୧୮ରୁ କାର୍ଯ୍ୟକ୍ଷମ ଅଛି । ପରିବେଶ ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପାଇଁ କମ୍ପାନି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଯଥା ନିଜସ୍ୱ ପାୱାର ପ୍ଲାଣ୍ଟ ଥିବାରୁ ବାୟୁ ପ୍ରଦୂଷଣ ନ ହେବା ପାଇଁ ଏକ ଅତ୍ୟାଧୁନିକ ଇଲୋକ୍ଟେ୍ରାକଷ୍ଟାଟିକ୍ ପ୍ରିସୋପିଟେଟର ସ୍ଥାପନ କରାଯାଇଛି । ତରଳ ବର୍ଜ୍ୟବସ୍ତୁର ଜୈବିକ ଟ୍ରିଟ୍ମେଣ୍ଟ କରି ବିଶୁଦ୍ଧ ଜଳକୁ ପୁନଃର୍ବାର ବ୍ୟବହାର କରିବା ପାଇଁ ଏକ ଏନ୍ଫ୍ଲୁଏଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ୧୩ଟି ରେନ୍ ୱାଟର ହାରଭେଷ୍ଟିଂ ସିଷ୍ଟମ ବ୍ୟବସ୍ଥା କରାଯିବା ସହ ପ୍ଲାଣ୍ଟ ପରିସରର ୩୩ ପ୍ରତିଶତ ଅଞ୍ଚଳ ସବୁଜ କ୍ଷେତ୍ର ଭାବେ ସଂରକ୍ଷିତ ରଖାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons