ବୁଗୁଡ଼ା, (ବି.ବି.ନୁ୍ୟଜ) ବୁଗୁଡ଼ା ଏନ୍ଏସିର ବିଭିନ୍ନ ସାହିରେ ଦୀର୍ଘ ଦିନ ହେଲା ଅବାଧରେ ଗାଈଗୋରୁ ଚରାବୁଲା କରି ଉପଦ୍ରବ କରି ଆସୁଥିଲେ । ଜନସାଧାରଣ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସହ ଆନେ୍ଦାଳନ ମଧ୍ୟ କରିଥିଲେ । ଚାଷୀଙ୍କ ବିଲରେ ମୁଗ ଫସଲ ନଷ୍ଟ ହେବା ସମେତ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଶେଷରେ ଏନ୍ଏସି ପ୍ରଶାସନ ବୁଲା ଗୃହପାଳିତ ପଶୁଙ୍କ ବିରୋଧରେ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢଉ କରିଛି । କାଓ କ୍ୟାଚର୍ରେ ୧୧ଟି ଗାଈ ବାଛୁରୀ ଜବତ କରାଯାଇଛି ।
ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିଦେ୍ର୍ଧଶରେ ଏନ୍ଏସି ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାସଙ୍କ ନେତୃତ୍ୱରେ କର୍ମଚାରୀମାନେ ରାସ୍ତାରେ ଏଣେତେଣେ ବୁଲୁଥିବା ୯ଟି ଗାଈ ଓ ୨ଟି ବାଛୁରୀକୁ ଉଠାଇ ଆଣି କାର୍ଯାଳୟ ମଧ୍ୟରେ ରଖିଥିଲେ । ସେଥିମଧ୍ୟରୁ ୪୦୦୦ ଟଙ୍କା ଜରିମାନା ବଦଳରେ ୪ଟି ଗାଈ ଓ ଗୋଟିଏ ବାଛୁରୀ ଛଡାଯାଇଥିଲା । ଆଉ ୫ଟି ଗାଈ ଓ ଏକ ବାଛୁରିକୁ ରଖାଯାଇଛି । ରବିବାର ସୁଦ୍ଧା କ୍ଷତି ଜରିମାନା ଦେଇ ଯଦି କେହି ନନିଅନ୍ତି ତେବେ ସେଗୁଡିକୁ ଭଞ୍ଜନଗରସ୍ଥିତ ଗୋଶାଳାରେ ଛଡାଯିବ ବୋଲି ପ୍ରଶାସନ କହିଛି । ପ୍ରଶାସନର ଏପରି ଦୃଢ ପଦକ୍ଷେପ ଯୋଗୁଁ ଗାଈ ଗୋରୁ ମାଲିକମାନେ ସଜାଗ ହୋଇ ଉଠିଛନ୍ତି । ଏଣିକି ଏପରି ଧରପଗଡ ସହରରେ ଚାଲୁ ରହିବା ସହ ସମସ୍ତଙ୍କୁ ସଚେତନ କରାଯିବ ବୋଲି ପ୍ରଶାସନ କହିଛି । ଉକ୍ତ ଧରପଗଡରେ କାଳୁଚରଣ ରଥ, ରାମକୃଷ୍ଣ ପଟ୍ଟନାୟକ, ଜଗଦୀଶ ପଣ୍ଡା, ରୋଶନ ପ୍ରଧାନ, ସନ୍ତୋଷ କୁମାର ଗୌଡ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.