ହାଇ ସିକୁ୍ୟରିଟି ଜୋନ୍ରେ ବଡ଼ ଧରଣର ଡକାୟତି

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଜିଲ୍ଲାର ସବୁଠାରୁ ଅଧିକ ହାଇ ସିକୁ୍ୟରିଟି ଜୋନ ଭାବେ ପରିଚିତ ଗବସାହି ହାଉସିଂ ବୋଡର଼୍ କଲୋନୀରୁ ଏକ ଧରଣର ଡକାୟତି ହୋଇ ଯାଇଛି । ଘରେ କେହି ନ ଥିବା ବେଳେ, କେତେକ ଦୁର୍ବୃତ୍ତ ଘରର ମୁଖ୍ୟ ଦ୍ୱାର ବାଟେ ପଶି ଗଦରେଜ ଆଲମିରାର ଲକର ଭାଙ୍ଗି ବହୁ ଲକ୍ଷ ଟଙ୍କାର ସ୍ୱର୍ଣ୍ଣାଳଙ୍କାର ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇ ପଳାଇଛନ୍ତି । ଏସମ୍ପର୍କରେ ଗୃହକର୍ତ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ମିଶ୍ର ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଶ୍ରୀ ମିଶ୍ର ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସରକାରୀ ବାସଭବନ ସମ୍ମୁଖରେ ତାଙ୍କ ଘର । ସେ ନିଜ ପରିବାର ସହ ଭୁବନେଶ୍ୱରସ୍ଥିତ ନିଜ ଝିଅ ଘରକୁ ଗତକାଲି ଯାଇଥିଲେ । ପରିବାରର କୌଣସି ସଦସ୍ୟ ନ ଥିବାର ସୁଯୋଗରେ ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଘରର ମୁଖ୍ୟ ଦ୍ୱାର ଦେଇ ପଶି ଆଲମିରା ଲକର ଭାଙ୍ଗି ବହୁ ପରିମାଣର ମୂଲ୍ୟବାନ ସାମଗ୍ରୀ ଲୁଟ୍ କରି ନେଇଛନ୍ତି । ଏଥି ମଧ୍ୟରେ ରହିଛି ମୋଟା ସୁନା ବଳା, ସୂନା ଚୂଡିÿ, ୭ଟା ସୁନା ମୁଦି, ୨ ହଳ କାନଫୁଲ, ସୁନା ହାର, ମଙ୍ଗଳ ସୂତ୍ର, ଧଣିଆ ଫାଳି ହାର ଓ ୭୦ ହଜାର ନଗଦ ଟଙ୍କା । ଆଜି ସକାଳେ ତାଙ୍କ ପୁତ୍ର ଘରର ମୁଖ୍ୟ କବାଟ ଭଙ୍ଗାଯାଇଥିବା ଦେଖି ତାଙ୍କୁ ଜଣାଇବା ପରେ ଶ୍ରୀ ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ସହରାଞ୍ଚଳ ଥାନାଧିକାରୀ ଚନ୍ଦନ ଘଡେ଼ଇ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ପକ୍ଷରୁ ଘର ଭିତରେ ଅପରାଧୀଙ୍କ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ସେହିପରି ପୁଲିସ ସଂପୃକ୍ତ ଅଞ୍ଚଳରେ କେତେକ ବ୍ୟକ୍ତିଙ୍କ ସିସି ଟିଭି କ୍ୟାମେରା ଯାଞ୍ଚ କରି କିଛି ସୁରାକ ପାଇବା ଆଶାରେ ରହିଛି ।
ଏଠାରେ ସୂଚନାଯୋଗ୍ୟ, ଭଦ୍ରକ ଗବସାହି ଏକ ଭିଆଇପି ଏରିଆ ହୋଇଥିବା ବେଳେ ଏହା ଜିଲ୍ଲାର ସବୁଠାରୁ ଅଧିକ ହାଇ ସିକୁ୍ୟରିଟି ଜୋନ ଭାବେ ପରିଚିତ । କାରଣ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିଦେ୍ର୍ଧଶକ, ଜିଲ୍ଲାଜଜ୍, ଜିଲ୍ଲା ଚିକିତ୍ସାଧିକାରୀଙ୍କ ସରକାରୀ ବାସଭବନ ରହିଛି । ତେଣୁ ସ୍ୱାଭାବିକ୍ ଭାବରେ ଏହି ଅଞ୍ଚଳର ଗୁରୁତ୍ୱ ବହୁତ ଅଧିକ । ତେଣୁ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ବିଶେଷକରି ଜିଲ୍ଲାପାଳ ଓ ଏସପିଙ୍କ ବାସଭବନ ଆଗରେ ୨୪ ଘଣ୍ଟିଆ ସିକୁ୍ୟରିଟି ବ୍ୟବସ୍ଥା ରହିଛି । ଏହା ସତ୍ୱେ ଏସପିଙ୍କ ବାସଭବନ ସମ୍ମୁଖରେ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏତେ ବଡ଼ ଧରଣର ଡକାୟତି ସହରାଞ୍ଚଳ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦୁର୍ବଳ ପାଟ୍ରୋଲିଂ ବ୍ୟବସ୍ଥା ପାଇଁ ଏପରି ଏକ ବଡ଼ ଧରଣର ଡକାୟତି ଘଟିଲା ବୋଲି ସଂପୃକ୍ତ ୱାଡର଼୍ବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons