ବାଙ୍ଗିରିପୋଷି,(ବି.ବି.ନୁ୍ୟଜ): ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ଏକ ୧୦୮ ଆମ୍ବୁଲାନ୍ସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସରେ ଥିବା ଜଣେ ରୋଗୀଙ୍କ ମୃତୁ୍ୟ ହୋଇଛି । ଏଥିସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲଡ଼ହା ଗ୍ରାମର ବୁଧୁ ମୁଣ୍ଡା(୫୫) ଅସୁସ୍ଥ ଥିବାରୁ ପରିବାର ଲୋକ ମଙ୍ଗଳବାର ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ତେବେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଉଥିଲା । ତିରିଂ ଡାକ୍ତରଖାନାର ୧୦୮ ଆମ୍ବୁଲାନ୍ସ ତାଙ୍କୁ ନେଇ ବାରିପଦା ଆସୁଥିବା ବେଳେ ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍(ଏନ୍ଏଲ୍-୦୧ଏଏ-୪୧୨୩) ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବୁଧୁଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁମିତ୍ରା ମୁଣ୍ଡା(୪୫), ପୁଅ ଶମ୍ଭୁନାଥ ମୁଣ୍ଡା(୨୫), ସାନଭାଇ ସୁରୁ ମୁଣ୍ଡା(୪୫) ଓ ଆମ୍ବୁଲାନ୍ସ ଫାର୍ମାସିଷ୍ଟ୍ ରାଇରଙ୍ଗପୁର ସାନଶିଳା ଗ୍ରାମର ଯତୀନ୍ଦ୍ର ମହାନ୍ତ(୪୨) ଓ ଚାଳକ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ସୂଚନା ଥାଉକି, ଦ୍ୱାରଶୁଣି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ସପ୍ତାହ ମଧ୍ୟରେ ଏଠାରେ ୩ ଜଣଙ୍କ ମୃତୁ୍ୟ ହେଲାଣି ।


Comments are closed, but trackbacks and pingbacks are open.